ନୀଳଗିରି : କଂଗ୍ରେସର ବିଧାୟିକା ପ୍ରାର୍ଥିନୀ ରୂପେ ନୀଳଗିରିର ରାଣୀ ସାହେବା ମନୋଜା ମଂଜରୀ ଦେବୀଙ୍କୁ ଟିକେଟ୍ ଘୋଷଣା ପରେ ନୀଳଗିରି କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ରାଣୀ ପ୍ରାର୍ଥିତ୍ବକୁ ବିରୋଧ କରି ଆଜି କଂଗ୍ରେସ ଭବନ ସାମ୍ନାରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ଏହାକୁ ନେଇ ନୀଳଗିରିର କଂଗ୍ରେସ ରାଜନୀତି ସରଗରମ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ନୀଳଗିରିର ଦୁଇ ଦୁଇଥର ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ଏବଂ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡଙ୍ଗୀ ଦୁଇ ପ୍ରମୁଖ ନେତା କଂଗ୍ରେସ ଦଳର ସଂଗଠନ ସମ୍ଭାଳି ଆସୁଛନ୍ତି। ମାତ୍ର ନୀଳଗିରି ନିର୍ବାଚନ ମଣ୍ତଳୀ ସହିତ ଜଡ଼ିତ ନଥିବା ରାଣୀ ମନୋଜା ମଂଜରୀ ଦେବୀଙ୍କୁ ଦଳୀୟ ଟିକେଟ୍ ଦେବାକୁ ନେଇ ବିଦ୍ରୋହ ଦେଖାଦେଇଛି। ଏପରି କି ଗତ ୨୩ ତାରିଖ ଦିନ କଲ୍ୟାଣ ମଣ୍ତପରେ ରାଣୀଙ୍କୁ ବିରୋଧ କରି ଉଭୟ ଗୋଷ୍ଠୀ ମଧ୍ୟରେ ପିଟାମରାରେ ୨ ଜଣ ଆହତ ହୋଇଥିଲେ। ଫଳରେ ବୈଠକକୁ ବାତିଲ କରିବାକୁ ପଡ଼ିଥିଲା। ଆଜି ନୀଳଗିରି କଂଗ୍ରେସ ପକ୍ଷରୁ ନୀଳଗିରି କଂଗ୍ରେସ ଭବନଠାରେ ବହୁ କଂଗ୍ରେସ କର୍ମୀ ଚିତ୍ତରଂଜନ ଷଡଙ୍ଗୀଙ୍କ ନେତୃତ୍ବରେ ବିଧାୟକ ପ୍ରାର୍ଥିନୀ ମନୋଜା ମଂଜରୀ ଦେବୀଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ତୁରନ୍ତ ତାଙ୍କର ପ୍ରାର୍ଥିତ୍ବକୁ ପ୍ରତ୍ୟାହାର ପାଇଁ ପୂର୍ବତନ ବିଧାୟକ ଶ୍ରୀ ଷଡ଼ଙ୍ଗୀ, ପ୍ରୀତିଶଙ୍କର ମହାପାତ୍ର, ନମ ସିଂ, ରାଜ କୁମାର ସିଂ, ଅଭିଷେକ ବେହେରା, ଯଶୋବନ୍ତ ରାଉତ, ସମ୍ବିତ ରାଉତ, ଆଦର୍ଶ ଗୌରବ ଦାସ, ସତ୍ୟଜିତ ପ୍ରଧାନ, ଲିଟୁନ ଷଡ଼ଙ୍ଗୀ, ଆଶିଷ ସାହୁ, ଉଦୟଜ୍ୟୋତି ମହାନ୍ତି ପ୍ରମୁଖ ଦାବି କରିଛନ୍ତି।