ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ୨ ଗିରଫ

କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଫେରାର ଘଟଣାରେ ମଙ୍ଗଳବାଗ ପୁଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ଗିରଡ଼ କନଷ୍ଟେବଳ ହେଲେ ମହମ୍ମଦ ମୌସିମ। ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରିସାରିଛି। ମଙ୍ଗଳାବାଗ ପୁଲିସ ପୂର୍ବରୁ ସମ୍ବଲପୁର ସର୍କଲ ଜେଲ୍‌ର ୱାର୍ଡର ଶିବନାରାୟଣ ନନ୍ଦଙ୍କୁ ଗିରଫ କରିଥିଲା।

ଗିରଫଦାରୀ ନେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗିରଫ ୱାର୍ଡର ଶିବନାରାୟଣ ନନ୍ଦ ଫୋନରୁ ହାଇଦର କଥା ହୋଇଥିଲା। କନଷ୍ଟେବଳ ମହମ୍ମଦ ମୌସୁମ ନିଜ ଡ୍ୟୁଟିରେ ବହୁତ ଖିଳାପ କରିଛନ୍ତି। ହାଇଦରକୁ ଢ଼ିଲା ଛାଡ଼ିବାରୁ ସେ ଖସିଯିବାକୁ ସୁଯୋଗ ପାଇଥିଲା। ମୌସିମଙ୍କୁ ନିଶା ସ୍ପ୍ରେ କରାଯାଇଥିଲା କି ନାହିଁ ପ୍ରସଙ୍ଗରେ ଡିସିପି କହିଛନ୍ତି। ଖାଦ୍ୟ ନମୁନା ପରୀକ୍ଷା ପାଇ ଯାଇଛି, ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ, ହାଇଦର ଯେଉଁଦିନ ଏସ୍‌ସିବିରୁ ଫେରାର ହୋଇଥିଲା, ସେଦିନ କନଷ୍ଟେବଳ ମୌସିମ ଡ୍ୟୁଟିରେ ଥିଲେ। ଏହି ଘଟଣାରେ ପୂର୍ବରୁ ମୌସିମଙ୍କ ସହିତ ୬ ଜଣ ‌ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏମାନେ ସମସ୍ତେ ହାଇଦରଙ୍କୁ ଜଗିବା ଦାୟିତ୍ବରେ ଥିଲେ।

ସୂଚନାଯୋଗ୍ୟ, ଏସ୍‌ସିବିରୁ ହାଇଦର ଫେରାର ହୋଇଯିବା ପରେ ତେଲେଙ୍ଗାନା ଚାଲିଯାଇଥିଲା। ସେଠାରେ ଏକ ବାଇକରେ ଯାଉଥିବା ପରେ ପୂର୍ବରୁ ଅନୁସରଣ କରୁଥିବା ଓଡ଼ିଶାର ସ୍ବତନ୍ତ୍ର ପୁଲିସ ଟିମ ତେଲେଙ୍ଗାନା ପୁଲିସର ସହାୟତାରେ ଗିରଫ କରିଥିଲା।

 

ସମ୍ବନ୍ଧିତ ଖବର