୩.୫ ସେମିର କ୍ଷୁଦ୍ର ଭାକ୍ୟୁମ୍‌ କ୍ଲିନର୍‌ ନିର୍ମାଣ

ଆଳି : ଆଳି ବ୍ଲକ କେତୁଆପାଳ ପଞ୍ଚାୟତ ହିଞ୍ଜଳ ଗ୍ରାମର ପଦ୍ମନାଭ ସାମଲ ନିଜସ୍ବ ଜ୍ଞାନକୌଶଳରେ ନିର୍ମାଣ କରିଛନ୍ତି ୩.୫ ସେଣ୍ଟିମିଟରର କ୍ଷୁଦ୍ର ଭାକ୍ୟୁମ କ୍ଲିନର। ଏହି ଭାକ୍ୟୁମ କ୍ଲିନର ବାସଗୃହ ଓ ଅନ୍ୟାନ୍ୟ ସ୍ଥାନରୁ ଆଖିକୁ ଦେଖା ନ ଯାଉଥିବା ଭଳି ଅତି ଛୋଟଛୋଟ ଆବର୍ଜନା ଓ ସାମଗ୍ରୀକୁ ସଫା କରିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି ପଦ୍ମନାଭ। ୟୁଜ ଆଣ୍ଡ ଥ୍ରୋ ପେନ୍ କ୍ୟାପ୍, ଗୋଟିଏ ଇଞ୍ଜେକ୍ସନ ସିରିଞ୍ଜ କ୍ୟାପ୍, ମୋବାଇଲ ଭାଇବ୍ରେଟର ମଟର ସାହାଯ୍ୟରେ ପଦ୍ମନାଭ ଏହି କ୍ଷୁଦ୍ର ଭାକ୍ୟୁମ କ୍ଲିନର ନିର୍ମାଣ କରିଛନ୍ତି। ଏହା ପୂର୍ବରୁ ଶୁଭମ ନାମକ ଜଣେ କୁନି ବୈଜ୍ଞାନିକ ୪.୧ ସେଣ୍ଟିମିଟରର ଏକ ଛୋଟ ଭାକ୍ୟୁମ କ୍ଲିନର ନିର୍ମାଣ କରିଥିବା ବେଳେ ପଦ୍ମନାଭ ସଂପ୍ରତି ସବୁଠାରୁ କ୍ଷୁଦ୍ରତମ ୩.୫ ସେଣ୍ଟିମିଟରର ଭାକ୍ୟୁମ କ୍ଲିନର ନିର୍ମାଣ କରିଥିବାରୁ ଗିନିଜ ଓ୍ବାର୍ଲ୍ଡ ବୁକ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇବାକୁ ଦାବି କରଛନ୍ତି। ଏଥିପୂର୍ବରୁ ପଦ୍ମନାଭ ଟ୍ୟାଙ୍କର ଆଲାର୍ମ ନିର୍ମାଣ କରି ଚର୍ଚ୍ଚାକୁ ଆସିବା ସହିତ ପ୍ରଶଂସିତ ହୋଇଛନ୍ତି। ପାଣିଟାଙ୍କିରେ ପାଣି ପୂର୍ଣ୍ଣ ହୋଇଯିବା ପରେ ଏହି ଟ୍ୟାଙ୍କର ଆଲାର୍ମ ବାଜି ଉଠୁଛି। ସେ ଅଙ୍ଗାଳସ୍ଥିତ ଲଛମନ ବାଲାଜୀ ଡିଗ୍ରି କଲେଜର ସ୍ନାତକ ଶେଷବର୍ଷର ବିଜ୍ଞାନ ଛାତ୍ର।

ସମ୍ବନ୍ଧିତ ଖବର