କରୋନା ଭୟ : ବୈପାରିଗୁଡାରୁ କେରଳ ଫେରନ୍ତା ଯୁବକ ଉଦ୍ଧାର, କୋରାପୁଟ ସ୍ଥାନାନ୍ତର

ଜୟପୁର/ବୌପାରିଗୁଡା : ସମଗ୍ର ବିଶ୍ୱକୁ ଘାରିଛି ଏବେ କରୋନା ଭୂତାଣୁର ଭୟ । ଭାରତର କେବଳ କେରଳ ରାଜ୍ୟରେ ଏହି ଭୂତାଣୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଦଶମନ୍ତପୁର ଗାଁରେ ୨୦ ବର୍ଷିୟ ଯୁବକ ଦିବାକର ମୁଣ୍ଡାଗୁଡିଆଙ୍କୁ କରୋନା ରୋଗ ହୋଇଥିବା ନେଇ ଦୁଇ ଦିନ ହେବ ସେହି ଅଂଚଳରେ ଚର୍ଚ୍ଚା ହେଉଥିଲା। ସେହି ବ୍ୟକ୍ତି ଜଣଙ୍କ କେରଳକୁ କୁଲି କାମ କରିବାକୁ ଯାଇ ଗତ ଶୁକ୍ରବାର ଦିନ ଘରକୁ ଫେରିଛି ।

କେରଳରୁ ଫେରିଥିବାରୁ କରୋନା ରୋଗ ହୋଇଥିବା ନେଇ ଗାଁ ଲୋକ ସନ୍ଦେହ କରିବା ସହ ବୈପାରିଗୁଡା ଡାକ୍ତରଖାନାକୁ ଜଣେଇଥିଲେ । ବ୍ୟକ୍ତି ଜଣଙ୍କୁ ଜ୍ୱର ହେବା ସହ ବେକ ପାଖରେ ଏକ ଘା ହୋଇଥିବା ଦେଖାଦେଇଛି । ତେଣୁ କରୋନା ରୋଗ ହୋଇଥିବା ନେଇ ଗାଁ ଲୋକେ ସନ୍ଦେହ କରିଛନ୍ତି । ତେଣୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ ଅଧିରାଜ ସାହୁ ତାହାର ପରୀକ୍ଷା କରିବା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଥିବା କହିଛନ୍ତି । ତେବେ ପରୀକ୍ଷା ପରେ ହିଁ କୋରନା ଭୂତାଣୁ ଅଛିକି ନାହିଁ ଜଣା ପଡିବ ବୋଲି ପ୍ରକାଶ କରରିଛନ୍ତି । ତେବେ ଖବର ପ୍ରକାଶ ପାଇବା ପରେ ଏବେ ପାଖ ଆଖ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ତାହା ସହ ସେହି ଅଂଚଳରୁ ଅନେକ ଯୁବକ ମଧ୍ୟ ଏବେ କେରଳରୁ ଘରକ ଫେରିଛନ୍ତି ତେଣୁ କେରଳ ଫେରନ୍ତା ସମସ୍ତ ଯୁବକଙ୍କୁ ପରୀକ୍ଷା କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

ଏନେଇ ଜିଲ୍ଲା ମେଡିକାଲର କୃଷ୍ଣସିସ ଦାସ ପଚରାଉଚୁରା କରିଥିଲେ। ବିଚାର ବିମର୍ଷ କରି କୋରାପୁଟକୁ ସ୍ଥାନାନ୍ତର କରାଯାଇଛି। ତେବେ ଗାଁରେ ଭୟର ବାତାବରଣ ରହିଥିବା ବେଳେ କୋରାପୁଟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର