ଗଞ୍ଜାମରେ ୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୪ କୋଭିଡ ଯୋଦ୍ଧା ପଜିଟିଭ

ବ୍ରହ୍ମପୁର: ଗଞ୍ଜାମରେ ୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଆଜି ନୂଆ ୭୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ରେ ପହଂଚିଛି | ଏମାନଙ୍କ ମଧ୍ୟରୁ ୬୮୦ ଜଣ ସୁସ୍ଥ ହୋଇଥିବାବେଳେ ୩୪୩ଟି ସକ୍ରିୟ ମାମଲା ରହିଛି | ସେହିପରି ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି | ତେବେ ବଡ କଥା ଯେ ଆଜି ଚିହ୍ନଟ ହୋଇଥିବା ୭୬ ଜଣଙ୍କ ମଧ୍ୟରୁ ୧୪ ଜଣ କୋଭିଡ ଯୋଦ୍ଧା କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି |


ଏହି ୧୪ ଜଣଙ୍କ ମଧ୍ୟରୁ ଜଣେ ବେଲଗୁଣ୍ଠା, ୬ ଜଣ ବ୍ରହ୍ମପୁର ମହାନଗର ନିଗମ ଅଂଚଳରୁ, ୪ ଜଣ କୁକୁଡାଖଣ୍ଡିରୁ, ଜଣେ ଖଲିକୋଟରୁ, ଜଣେ ପୋଲସରାରୁ ଓ ଜଣେ ସୋରଡ଼ାରୁ ହୋଇଥିବାର ଜଣାପଡିଛି | ସେହିପରି ୬ ଜଣ ରାଜ୍ୟ ବାହାରୁ ଆସିଥିବାବେଳେ ୫୬ ଜଣ ପଜିଟିଭଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି |

ସମ୍ବନ୍ଧିତ ଖବର