ନକଲି ମଦ ଠିପି କାରବାରର ପର୍ଦ୍ଦାଫାସ: ଜୟପ୍ରକାଶକୁ ଧରିଲା ଅବକାରୀ ସ୍କ୍ବାଡ୍‌

କଟକ : ଓଡ଼ିଶାରେ ନକଲି ମଦ ବୋତଲରେ ବ୍ୟବହାର ହେଉଥିବା ଠିପି, ଲେବୁଲ୍ ଯୋଗାଉଥିବା ଜଣେ ଅନ୍ତରାଜ୍ୟ ମାଫିଆକୁ ଗିରଫ କରିଛି ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌। ଅନୁଗୁଳ ଜିଲ୍ଲା ବଅଁରପାଳ ରାଣୀଗଡ଼ା ଅଞ୍ଚଳର ଜୟପ୍ରକାଶ ଗୁପ୍ତା(୪୧)କୁ ସ୍କ୍ବାଡ୍ ଗିରଫ କରିଛି।

ଜୟପ୍ରକାଶ କଲିକତା ଦମ୍‌ଦମ୍‌ ଅଞ୍ଚଳରୁ ନକଲି ଠିପି ଓ ଲେବଲ୍‌ ପ୍ରିଣ୍ଟିଂ କରି ଖୋର୍ଧା, ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ରାଉରକେଲା, କଳାହାଣ୍ଡି ଭଳି ୨୦ରୁ ଅଧିକ ଜିଲ୍ଲାକୁ ବହୁବର୍ଷ ହେବ ଚାଲାଣ କରିଆସୁଥିଲା। ଏଭଳି କାରବାର ସମ୍ପର୍କରେ ଖବର ପାଇ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ଗଲା ଫେବ୍ରୁଆରି ୫ ତାରିଖରେ ଅନୁଗୁଳ ବସଷ୍ଟାଣ୍ଡରେ ଏକ ପଶ୍ଚିମବଙ୍ଗର ଯାତ୍ରୀବାହୀ ବସ୍‌ ଉପରେ ଚଢ଼ଉ କରିଥିଲା ସ୍କ୍ବାଡ। ତେବେ ଗିରଫ ଭୟରେ ଜୟପ୍ରକାଶ ଅନୁଗୁଳରୁ ଖସି ବିହାର ପଳାଇଥିଲା। ଫ୍ଲାଇଂ ସ୍କ୍ବାଡ୍ ଡିଏସ୍‌ପି ଦେବାଶିଷ ପଟେଲଙ୍କ ନେତୃତ୍ବରେ ଏକ ଅବକାରୀ ଟିମ୍ ଗଲା ୨୪ ତାରିଖ ଯାଇଥିଲା। ସେଠୁ ଜୟପ୍ରକାଶ ପୁଣି ଅନୁଗୁଳ ଖସିଆସିଥିଲା। ସ୍କ୍ବାଡ୍ ଜୟପ୍ରକାଶର ପିଛା କରି ତାକୁ ଅନୁଗୁଳରୁ ଗିରଫ କରିଥିବା ବେଳେ ଠିପି ଓ ଲେବର ଯୋଗାଣରେ କଟକ ଓ ଭୁବନେଶ୍ବର ମାଫିମାନଙ୍କ ସମ୍ପୃକ୍ତି ଥିବା ଜୟପ୍ରକାଶ ସ୍କ୍ବାଡକୁ ଜେରା ସମୟରେ କହିଛି। ସ୍କ୍ବାଡର ଏକ ଟିମ୍ ଦମ୍‌ଦମ୍‌ରେ ଥିବା ଠିପି ଓ ଲେବୁଲ୍‌ ଫ୍ୟାକ୍ଟ୍ରିରେ ଚଢ଼ଉ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର