ଜୀବନ ହାରିଲେ ଦମ୍ପତି

ଅସୁରାଳି : ଦାମ୍ପତ୍ୟ ଝଗଡ଼ାକୁ କେନ୍ଦ୍ରକରି ସ୍ବାମୀ-ସ୍ତ୍ରୀ ବିଷ ପିଇ ଜୀବନ ହାରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗଢିଆଳି ପଞ୍ଚାୟତ କାକୁଡ଼ିଗଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୁଃଖଦ ଘଟଣା। ମୃତକ ହେଲେ ନିରଞ୍ଜନ ମଳିକ (୫୫) ଓ ତାଙ୍କ ପତ୍ନୀ ଝୁଲଣ ମଳିକ (୫୦)।

ନିରଞ୍ଜନ ଏବ˚ ଝୁଲଣଙ୍କର ପିଲାପିଲି ନଥିଲା ବେଳେ ଉଭୟ ମୂଲମଜୁରି ଲାଗି ଚଳୁଥିଲେ। ନିରଞ୍ଜନ ଅଧିକା˚ଶ ସମୟରେ ମଦ ପିଇ ଘରକୁ ଫେରୁଥିଲେ। ଏହାଛଡ଼ା ଅନ୍ୟାନ୍ୟ ପାରିବାରିକ କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। ତିନି ସପ୍ତାହ ତଳେ ନିରଞ୍ଜନ ଓ ଝୁଲଣଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ଝୁଲଣ ସ୍ବାମୀ ନିରଞ୍ଜନଙ୍କ ଉପସ୍ଥିତିରେ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ପତ୍ନୀଙ୍କୁ ଡାକ୍ତରଖାନା ଅଣାଯିବା ବେଳେ ନିରଞ୍ଜନ ମଧ୍ୟ ସେହି ବଳକା ବିଷକୁ ପିଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ କଟକ ବଡ଼ଡାକ୍ତରଖାନା‌ ସ୍ଥାନାନ୍ତର କରାଯାଇଥିଲା। ଗୋଟିଏ ଦିନର ଚିକିତ୍ସା ପରେ ସ୍ତ୍ରୀ ଝୁଲଣ ଆଖି ବୁଜିଥିଲେ। ଗତକାଲି ସ୍ବାମୀ ନିରଞ୍ଜନ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି। ସ୍ବାମୀ-ସ୍ତ୍ରୀଙ୍କର ଏଭଳି ମୃତ୍ୟୁକୁ ନେଇ କାକୁଡ଼ିଗଡ଼ିଆ ଗ୍ରାମବାସୀଙ୍କ ମଧ୍ୟରେ ଶୋକ ଖେଳିଯାଇଛି।

ସମ୍ବନ୍ଧିତ ଖବର