ଦେବଗଡ଼କୁ ବି ଛୁଇଁଲା କରୋନା ମୃତ୍ୟୁ

ରାଜ୍ୟରେ ରେକର୍ଡ ସଂଖ୍ୟକ ୧୮ ମୃତ୍ୟୁ, ଦିନକରେ ୨୯୯୫ ପଜିଟିଭ୍, ସୁସ୍ଥ ହେଲେ ୩୪୫୫

ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲ୍ଲାରେ କରୋନା ମୃତ୍ୟୁ ହୋଇଛି। ଦେବଗଡ଼ ଜିଲ୍ଲାରେ ଜଣେ ୭୦ବର୍ଷର ବ୍ୟକ୍ତି କରୋନାରେ ପ୍ରାଣ ହରାଇବା ନେଇ ଆଜି ଘୋଷଣା ହେବା ପରେ ସବୁ ଜିଲ୍ଲାକୁ ମୃତ୍ୟୁ ଛୁଇଁଛି। ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ଦେବଗଡ଼ରେ ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ଛୁଇଁନାହିଁ। ଏ ପର୍ଯ୍ୟନ୍ତ ଜିଲ୍ଲାରେ ୭୫୫ ‌ରୋଗୀ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୮ଜଣ ରୋଗୀ କରେନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ବାଲେଶ୍ବରରେ ସର୍ବାଧିକ ୪, ପୁରୀ, ସୁନ୍ଦରଗଡ଼ ଓ ନୟାଗଡ଼ରୁ ୨ଜଣ ଲେଖାଏଁ, ଦେବଗଡ଼, କନ୍ଧମାଳ, ବୌଦ୍ଧ, ଯାଜପୁର, ଖୋର୍ଧା, କୋରାପୁଟ, ମୟୂରଭଞ୍ଜ, ସମ୍ବଲପୁରରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। କେବଳ କରୋନା‌ରେ ମୃତ୍ୟୁ ସଂଖ୍ୟା ୯୫୮ ଥିବା ବେଳେ ଅଣ ‌କରୋନାରେ ମୃତ୍ୟୁର ୫୩ଜଣଙ୍କୁ ମିଶାଇଲେ ଏହି ସଂଖ୍ୟା ୧୦୧୧ରେ ପହଞ୍ଚିଛି। ଗଞ୍ଜାମରେ ୨୨୧, ଖୋର୍ଧା ୧୫୫, କଟକ ୮୨, ପୁରୀ ୬୫, ବାଲେଶ୍ବର ଓ ସୁନ୍ଦରଗଡ଼ରେ ୪୩ ଲେଖାଏଁ, ରାୟଗଡ଼ା ୩୯, ନୟାଗଡ଼ ୩୨, ମୟୂରଭଞ୍ଜ ୨୬, ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳରେ ୨୪ ଲେଖାଏଁ, ଗଜପତି ୨୩ ଓ ଭଦ୍ରକରେ ୧୫ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ କୋଭିଡ୍‌ ନମୁନା ପରୀକ୍ଷା ବଢ଼ିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଦିନକରେ ୪୫ ହଜାର ୩୫୮ ନମୁନା ପରୀକ୍ଷା ହୋଇଥିବା ବେଳେ ୨୯୯୫ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୧୭୩୭ ସଙ୍ଗରୋଧରୁ ଓ ୧୨୫୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗୋଟିଏ ଦିନ ପାଇଁ ଖୋର୍ଧାରେ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସିବା ପରେ ପୁଣି ଥରେ ପୂର୍ବ ସଂଖ୍ୟାକୁ ପଛରେ ପକାଇ ଦେଇଛି। ଗତ ୨୪ଘଣ୍ଟାରେ ଖୋର୍ଧାରେ ୫୬୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ‌ରୋଗୀଙ୍କ ସଂଖ୍ୟା ୪୧ ହଜାର ୭୧୮ରେ ପହଞ୍ଚିଛି। କେବଳ ସଂକ୍ରମଣ ନୁହେଁ, ଜିଲ୍ଲାରେ ରାଜ୍ୟର ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। କଟକରେ ୧୬୬‌ ରୋଗୀଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୨୮୯ ଛୁଇଁଛି। ସେହିପରି ଷ୍ଟେଟ୍‌ ପୁଲ ୨୦୨, ପୁରୀ ୧୪୫, ଅନୁଗୁଳ ୧୪୨, ସମ୍ବଲପୁର ୧୩୮, କେନ୍ଦ୍ରାପଡ଼ା ୧୩୫, ବାଲେଶ୍ବର ୧୨୧, ସୁନ୍ଦରଗଡ଼ ୧୦୧, ବଲାଙ୍ଗୀର ୯୪, ବରଗଡ଼ ୯୩, ମୟୂରଭଞ୍ଜ ୯୨, ଯାଜପୁର ୯୦, ସୋନପୁର ୮୭, ମାଲକାନଗିରି ୮୨, ନୂଆପଡ଼ା ୭୪, ଢେଙ୍କାନାଳ ୬୮, ନବରଙ୍ଗପୁର ୬୭, କଳାହାଣ୍ଡି ୬୩, ଜଗତସିଂହପୁର ୬୨, କେନ୍ଦୁଝର ୬୧, ଗଞ୍ଜାମ ୪୭, ନୟାଗଡ଼ ୪୪, କନ୍ଧମାଳ ଓ କୋରାପୁଟରେ ୪୩ ଲେଖାଏଁ, ବୌଦ୍ଧ ୩୧, ଭଦ୍ରକ ୨୮, ଦେବଗଡ଼ ୨୦, ରାୟଗଡ଼ା ୧୭ ଓ ଗଜପତିରୁ ୭ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୪୦ହଜାର ୯୯୮ରେ ପହଞ୍ଚିଛି।

ରାଜ୍ୟରେ ଆଜି ୩୪୫୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୧୩ହଜାର ୬୭୨କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬ ହଜାର ୩୧୫କୁ ଖସି ଆସିଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୮୮ ପ୍ରତିଶକୁ ବୃଦ୍ଧି ପାଇଛି। ଆଜି ଖୋର୍ଧାରୁ ସର୍ବାଧିକ ୫୭୧ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ କଟକ ୨୨୯, ପୁରୀ ୨୫୪, ଅନୁଗୁଳ ୧୭୫, ଯାଜପୁର ୧୬୬, ବରଗଡ଼ ୧୩୩, ମୟୂରଭଞ୍ଜ ୧୨୬, ବାଲେଶ୍ବର ୧୨୦, ସମ୍ବଲପୁର ୧୧୬, ବଲାଙ୍ଗୀର ୧୦୪, କେନ୍ଦୁଝର ୧୦୧, କେନ୍ଦ୍ରାପଡ଼ା ୯୯, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୮୪ ଲେଖାଏଁ, ନୂଆପଡ଼ା ୭୨, ନବରଙ୍ଗପୁର ୭୧, ନୟାଗଡ଼ ୭୦, ଢେଙ୍କାନାଳ ଓ କନ୍ଧମାଳରୁ ୬୧ ଲେଖାଏଁ, ମାଲକାନଗିରି ୫୮, ଭଦ୍ରକ ଓ ସୋନପୁରରୁ ୫୬ ଲେଖାଏଁ, ସୁନ୍ଦରଗଡ଼ ୫୪, କଳାହାଣ୍ଡି ଓ ରାୟଗଡ଼ାରୁ ୪୧ ଲେଖାଏଁ, କୋରାପୁଟ ୩୫, ଗଞ୍ଜାମ ୩୪, ଗଜପତି ୩୩, ବୌଦ୍ଧ ୩୧, ଦେବଗଡ଼ ୧୩ ଓ ଷ୍ଟେଟ୍‌ ପୁଲ୍‌ରୁ ୨୪୩ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର