ଗତ ୨୪ଘଣ୍ଟାରେ ରାଜ୍ୟରେ ୪୬,୪୦୪ କରୋନା ନମୁନା ପରୀକ୍ଷା
ଭୁବନେଶ୍ୱର: ପୁଣି ୫୦ ହଜାରରୁ କମ୍ ହେଲା ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷା । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ ନମୁନା ପରୀକ୍ଷା କରାଯାଉଥିବା ପରିଲକ୍ଷିତ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୬,୪୦୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିମଧ୍ୟରୁ ୭,୯୬୧ଟି ଆରଟିପିସିଆର ଏବଂ ୩୮,୩୮୫ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍ରେ ୫୮ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପୁର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ୪୮,୨୧୭ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୮,୭୯୧ଟି ଆରଟିପିସିଆର ଏବଂ ୩୯,୩୩୮ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍ରେ ୮୮ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଓଡ଼ିଶାରେ କୋଭିଡ୍ ନମୁନା ପରୀକ୍ଷା ସନ୍ତୋଷଜନକ ବୋଲି କୁହାଯାଉଛି।