ପିଆରଏମରେ କରୋନା ପରୀକ୍ଷା ଆରମ୍ଭ ହେବାର ୭ ଦିନ ବିତିଲା; ସଂଗ୍ରହ ହୋଇଛି ୬୬ଟି ନମୁନା, ଆରମ୍ଭ ହୋଇନି ଆର୍ଟିପିସିଆର ମେସିନ୍ ସେବା

ବାରିପଦା : ପିଆରଏମ୍ ମେଡିକାଲ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ନିଜସ୍ବ ବ୍ୟବସ୍ଥାରେ କରୋନା ପରୀକ୍ଷା ହେବାର ୭ ଦିନ ଛୁଇଁଛି। ଏହି ସମୟ ମଧ୍ୟରେ ଗତକାଲି ସୁଦ୍ଧା ୬୬ଟି ନମୁନା ପରୀକ୍ଷା ନିମନ୍ତେ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ପିଆରଏମ୍ ମେଡିକାଲ୍‌ରୁ ସଂଗ୍ରହ ହେଉଥିବା ନମୁନା ପରୀକ୍ଷା ପାଇଁ ଆସୁଥିବା ଜଣାପଡ଼ିଛି। ୨୬ଟି ନମୁନାର ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ତେବେ ଆର୍ଟି-ପିସିଆର୍ ମେସିନ୍‌ରେ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହୋଇପାରିନଥିବାରୁ ନମୁନା ପରୀକ୍ଷାରେ ବୃଦ୍ଧି ଘଟୁନଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ଆର୍ଟି-ପିସିଆର ମେସିନ୍‌ରେ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହେବ। ଏହାପରେ ନମୁନା ପରୀକ୍ଷଣର ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର