ଦ୍ବିତୀୟ ଦିନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା: ହଡ଼ବଡ଼େଇ ଯାଉଛି ଖଗେଶ୍ବର ପାତ୍ର

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ବର ପାତ୍ରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୦ ଦିନିଆ ରିମାଣ୍ଡରେ ଆଣି ଗୁଡ଼େତୁଡ଼େଇ ପ୍ରଶ୍ନ କରୁଥିବା ଜଣାଯାଇଛି। ଖଗେଶ୍ୱର କାହା କାହାର ନାଁ କହିବ, କାହାର ସମ୍ପୃକ୍ତି କଥା କହିବ, ମନ୍ତ୍ରୀ ବିଧାୟକ ଙ୍କ ନାଁ କହିବ କି, କେବେଠୁ ନାଗ ଚନ୍ଦ ସାମ୍ରାଜ୍ୟ ସହ ସମ୍ପୃକ୍ତ ଥିଲା ସେନେଇ କଣ କହିବ ଖଗେଶ୍ୱର। ଏକଥାକୁ ଅପେକ୍ଷା କରିଛି ଇଡି। ହେଲେ ଜେରା ସମୟରେ ଖଗେଶ୍ୱର ହଡ଼ବଡ଼େଇ ଯାଉଥିବାର ସୂଚନା ମିଳିଛି। ଖଗେଶ୍ୱର କାହିଁକି ୫୦ ଲକ୍ଷର ଆର୍ଥିକ କାରବାର କରିଥିଲା, ଯଦି ଆକାଉଣ୍ଟରେ ୫୦ ଲକ୍ଷ ଥିଲା, ତେବେ ନଗଦ କେତେ କାରବାର କରିଛି ସେନେଇ ଜାଣିବାକୁ ଚାହିଁଛି ଇଡି।

ଉଲ୍ଲେଖଯୋଗ୍ୟ, ଆକାଉଣ୍ଟ ଖୋଳତାଡ଼ ବେଳେ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦର ଆକାଉଣ୍ଟରେ ମୋଟ ୨ କୋଟି ନଗଦ ଟଙ୍କା ଡିପୋଜିଟ କରାଯାଇଛି। ମୋଟ ୫ଟି ଆକାଉଣ୍ଟରେ ବିଭିନ୍ନ ସମୟରେ ନଗଦ ଆଜାରରେ ଏହି ଟଙ୍କା ଡିପୋଜିଟ କରାଯାଇଛି। ଓଡ଼ିଶା ଭିତରୁ ହିଁ ଏହି ଟଙ୍କା କାରବାର କରାଯାଇଛି।ତେବେ ଏତେ ଟଙ୍କା କିଏ କାହିଁକି, କଣପାଇଁ, କେଉଁ ଉଦ୍ଦେଶ୍ୟରେ ଡିପୋଜିଟ କରିଛି ସେନେଇ ବ୍ୟାଙ୍କକୁ ଯାଇ ଇଡି ସିସିଟିଭି ଫୁଟେଜ ଆଧାରରେ ଖୋଳତାଡ଼ କରିବ। ତେବେ ଜଗବନ୍ଧୁଙ୍କ ଅପେକ୍ଷା ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ଡିପୋଜିଟ କରାଯାଇଛି।

ଏବେ ଶ୍ରଦ୍ଧାଞ୍ଜଳି ଫେରାର ଥିବାରୁ ତାର ବୟାନ ରେକର୍ଡ କରିପାରିନି ଇଡି। ତେବେ ଖୁବ ଶୀଘ୍ର ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେଲରେ ଇଡି ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଇଡି ଗତ ଗୁରୁବାର ଖଗେଶ୍ବରକୁ ଉଠାଇ ନେଇଥିଲା। କାଲିଠାରୁ ଖଗେଶ୍ବରକୁ ପଚରାଉଚରା କରିବା ପରେ ଇଡି ଆଜି ପୂର୍ବାହ୍ନରେ ଗିରଫ କରିଥିଲା। ଏହା ପରେ ଖଗେଶ୍ବରକୁ କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ଖଗେଶ୍ବରକୁ ଅଧିକ ପଚରାଉଚରା କରିବା ପାଇଁ ଇଡି କୋର୍ଟରେ ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା।

ସମ୍ବନ୍ଧିତ ଖବର