ଢେଙ୍କାନାଳ ଗଛକଟା ପ୍ରସଙ୍ଗ ଉଠିଲା ଗୃହରେ

ଭୁବନେଶ୍ବର : ଢେଙ୍କାନାଳରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗରେ ଆଜି ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ରାଜ୍ୟ ସରକାରଙ୍କୁ ସମାେଲାଚନା କରିଛନ୍ତି। ଶୂନ୍ୟକାଳରେ ଶ୍ରୀ ସିଂହଦେଓ କହିଥିେଲ, ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଧରାପଡିଯାଇଛି। େଗାଟିଏ ପଟେ ରାଜ୍ୟ ସରକାର ବୃକ୍ଷରୋପଣ ପାଇଁ ସବୁଜ ମିସନ ଆରମ୍ଭ କରିଛନ୍ତି। ଅନ୍ୟପଟେ ବିୟର ଫ୍ୟାକ୍ଟ୍ରି ଆଳରେ ହଜାର ହଜାର ଶାଳ ଗଛ କାଟିବା ଲାଗି ବାଟ େଖାଲିଛନ୍ତି। କୌଣସି ବି ପରିସ୍ଥିତିରେ ଏସବୁ ବୃକ୍ଷ କଟାଯିବା ଉଚିତ ନୁେହଁ େବାଲି ଶ୍ରୀ ସିଂହଦେଓ କହିଥିେଲ। ବରଂ ବିୟର ଫ୍ୟାକ୍ଟ୍ରି ସ୍ଥାନ ପରିବର୍ତନ କରାଯିବା ଦରକାର।

ସମ୍ବନ୍ଧିତ ଖବର