କଟକ ଏଡିଏମ୍‌ ହେବେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : କଟକର ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ରଘୁରାମ ଆୟାରଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ବଦଳି କରାଯାଇଛି। ଏହି ପଦବିକୁ ଖାଦ୍ୟ ଯୋଗାଣ ବିଭାଗର ଯୁଗ୍ମ ସଚିବ ଏମ୍‌ଡି କମାରୁଲ୍‌ ହକ୍‌ଙ୍କୁ ଗତ ୫ ତାରିଖରେ ବଦଳି କରାଯାଇଥିଲା। କିନ୍ତୁ ତାଙ୍କ ବଦଳିକୁ ବାତିଲ କରି ଶ୍ରୀ ଆୟାରଙ୍କୁ ସେହି ପଦବିରେ ଅବସ୍ଥାପିତ କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ବିଭାଗ ପ୍ରକାଶ କରିଥିବା ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ମନୋଜା ଦେବୀଙ୍କୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ସେ ଓଏଏସ୍‌ର ସୁପରଟାଇମ୍‌ ସ୍କେଲ୍‌ରୁ ସୁପରିୟର ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ପଦୋନ୍ନତି ପାଇଛନ୍ତି। ତେବେ ସେ ପୂର୍ବଭଳି ସେହି ବିଭାଗରେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର