ଆପ୍‌ ଡାଉନ୍‌ଲୋଡ଼୍‌ କରି ୪ ଲକ୍ଷ ହରାଇଲେ

ଘୁ.ଉଦୟଗିରି : କାଳ ହେଲା ଅଜଣା ମୋବାଇଲ ଆପ୍‌ ଡାଉନ୍‌ଲୋଡ଼୍। ପ୍ଲେ’ ଷ୍ଟୋର୍‌ରୁ ଫ୍ୟାମିଲି ଲୋନ୍‌ ଆପ୍‌ ଡାଉନ୍‌ଲୋଡ଼୍‌ କରି ଜଣେ ଯୁକ୍ତ ଦୁଇ ଛାତ୍ର ଋଣ ଆଶାରେ ସାଇବର ଠକେଇର ଶିକାର ହୋଇଛନ୍ତି। ନିଜ ଆକାଉଣ୍ଟ ସମେତ ବାପା ଓ ମାଆଙ୍କ ବ୍ୟାଙ୍କ୍‌ ଜମାଖାତାରୁ ୪ ଲକ୍ଷ ୪୨ ହଜାର ଟଙ୍କା ହରାଇଛନ୍ତି। ମାମଲା ଏବେ ଘୁ.ଉଦୟଗିରି ଥାନାରେ ପହଞ୍ଚିଥିବା ବେଳେ ଅସାବଧାନତା ଯୋଗୁଁ ଏଭଳି ଠକେଇ ଶିକାର ହୋଇଥିବା ଛାତ୍ର ସମେତ ପରିବାର ଲୋକେ କେବଳ ଭାଗ୍ୟକୁ ନିନ୍ଦି ରହିଛନ୍ତି।

ସୂଚନା ଅନୁସାରେ, ଘୁ.ଉଦୟଗିରି ସହରରେ ଜନୈକ ଯୁକ୍ତ ଦୁଇ ଛାତ୍ର ନିଜର ଆବଶ୍ୟକ ପୂରଣ କରିବା ପାଇଁ ପ୍ଲେ ଷ୍ଟୋର୍‌ରୁ ଫ୍ୟାମିଲ ଲୋନ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ। ଏହା ୧୦ ହଜାରରୁ ଅଧିକ ଲୋକ ଡାଉନଲୋଡ୍ କରିଥିବାରୁ ଏହା ଠକସଂସ୍ଥା ହୋଇ ନଥିବ ଭାବି ୬୦ ହଜାର ଟଙ୍କାର ଋଣ ଆବେଦନ କରିଥିଲେ। ଆବେଦନ ପରେ ତୁରନ୍ତ ଋଣ ମଞ୍ଜୁର ହୋଇଥିବା ମେସେଜ୍‌ ଆସିଥିଲା। ଏଥିରେ ଲୋଭ ସମ୍ବରଣ କରି ନପାରି ଛାତ୍ର ଜଣକ ତିନିଦିନ ମଧ୍ୟରେ ନିଜର ଆକାଉଣ୍ଟ୍‌ ସହିତ ବାପା, ମାଆଙ୍କ ଆକାଉଣ୍ଟ୍‌ ନମ୍ବର ସବିଶେଷ ବିବରଣୀ ଦେଇଦେବା ସହିତ ଓଟିପି କୋଡ଼ ଦେବା ପରେ ତିନି ଜଣଙ୍କ ଆକାଉଣ୍ଟ୍‌ରୁ ପର୍ଯ୍ୟାୟ କ୍ରମେ ୪ ଲକ୍ଷ ୪୨ ହଜାର ଟଙ୍କା ଲୁଟି ନେଇଥିଲା ଫ୍ୟାମିଲ ଲୋନ୍‌ ଆପ୍‌ ଠକ ସଂସ୍ଥା।

ସମ୍ବନ୍ଧିତ ଖବର