ସୋସିଆଲ ମିଡିଆରେ ପ୍ରସାରିତ ବାତ୍ୟା ଖବର ଗୁଜବ: ଏସ୍‌ଆର୍‌ସି

ଗଜପତିରେ ଘରଭାଙ୍ଗି ଥିବା ଲୋକଙ୍କୁ ସହାୟତା ପ୍ରଦାନ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ନାହିଁ। କେବଳ ଜଳକା ଓ କାଶୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ବହୁଛି। ଅନ୍ୟ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ଆଜି ଏ ନେଇ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ଆଉ ଗୋଟିଏ ବାତ୍ୟା ଆସୁଥିବା ନେଇ ସୋସିଆଲ ମିଡିଆରେ ଯେଉଁ ଖବର ପ୍ରଚାର ହେଉଛି ତାକୁ ଗୁଜବ ବୋଲି କହିଛନ୍ତି ଏସଆରସି। ଏପରି ଖବରକୁ ବିଶ୍ବାସକୁ ନ ନେବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଥିଲେ। ସାମାଜିକ ଗଣମାଧ୍ୟରେ ଏପରି ଖବରକୁ ଭାଇରାଲ କରିବା ଧର୍ତ୍ତବ୍ୟ ଅପରାଧ ଓ ଏଥିରୁ ନିବୃତ୍ତ ରହିବାକୁ ଶ୍ରୀ ଜେନା ଅନୁରୋଧ କରିଥିଲେ। ଏହାସହିତ ଆସନ୍ତାକାଲିଠାରୁ ରାଜ୍ୟର ସବୁ ସ୍କୁଲ ଖୋଲା ରହିବ ବୋଲି ସେ କହିଛନ୍ତି।

ଶୁକ୍ରବାର ସକାଳେ ଗଣମାଧ୍ୟମକୁ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିସନର ଶ୍ରୀ ଜେନା କହିଥିଲେ, ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ, ଗଜପତି ଜିଲ୍ଲାରେ କେତେକ ଲୋକଙ୍କର ଘରଭାଙ୍ଗି ଯାଇଛି। ସେସବୁ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର