ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରଳୟ ରଚିବ ବାତ୍ୟା ‘ଓଖି’

ଭୁବନେଶ୍ୱର: ବାତ୍ୟାର ନାମ ଶୁଣିଲେ ମନେପଡ଼େ ୧୯୯୯ ଅକ୍ଟୋବର ୨୯ରେ ଦେଖାଯାଇଥିବା ‘ମହାବାତ୍ୟା’ର ଚିତ୍ର। ୨୦୧୩ର ଫାଇଲିନ୍‌ ଓ ୨୦୧୪ର ହୁଡ଼ହୁଡ଼ ଦକ୍ଷିଣ ଓଡ଼ିଶାର ଅର୍ଥନୀତିକୁ ଦୁର୍ବଳ କରି ଦେଇଥିଲା। ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାକୁ ଯାଉଛି। ଏହାରି ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଏହି ସମୟରେ ପବନର ବେଗ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ସମୟ ଭିତରେ ସମୁଦ୍ର ଭିତରକୁ ପ୍ରବେଶ ନକରିବା ପାଇଁ ମତ୍ସଜୀବୀଙ୍କୁ ସତର୍କ ଜାରି କରାଯାଇଛି। ବାତ୍ୟା ‘ଓଖି’ ଲାକ୍ଷାଦ୍ୱୀପ ଦେଇ ଅତିକ୍ରମ କରିବା ସମ୍ଭାବନା ଥିବାରୁ କେରଳର ଥିରୁବନ୍ତପୁରମ ଓ କୋଲମ ଜିଲ୍ଲାରେ ସ୍କୁଲଗୁଡ଼ିକ ବନ୍ଦ କରାଯାଇଛି। ତାମିଲନାଡୁର କନ୍ୟାକୁମାରୀରେ ଏନଡିଆରଏଫ୍‌ର ୪ଟି ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୪ଜଣଙ୍କର ମୃତ୍ୟୁ ହୋଇ ସାରିଛି। ପାଣିପାଗ କେନ୍ଦ୍ର ପୂର୍ବାନୁମାନ, ଓଡ଼ିଶାରେ ଏହି ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ।

ସମ୍ବନ୍ଧିତ ଖବର