ଆର୍‌ଜିଏଚ୍‌ରେ ମାଗଣା ଡାୟଲେସିସ୍‌, ଆସନ୍ତାକାଲି ଉଦ୍‌ଘାଟନ ହେବ ୪ ମେସିନ୍‌

ରାଉରକେଲା: ରାଜ୍ୟ ସରକାର ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଛନ୍ତି। ପୂର୍ବରୁ ଆର୍‌ଜିଏଚ୍‌ରେ ଲୋକଙ୍କୁ ମାଗଣା ସିଟି ସ୍କାନ୍‌ ସେବା ମିଳୁଥିଲା। ଆସନ୍ତାକାଲି (ଶୁକ୍ରବାର) ଠାରୁ ସିଟି ସ୍କାନ୍‌ ପରି ଲୋକଙ୍କୁ ମାଗଣାରେ ଡାୟଲେସିସ୍‌ ସେବା ମିଳିବ। ଆର୍‌ଜିଏଚ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏଥିପାଇଁ ଟଙ୍କାଟିଏ ଦେବାକୁ ପଡିବି। ଆସନ୍ତକାଲି (ଶୁକ୍ରବାର) ଆର୍‌ଜିଏଚ୍‌‌ରେ ଗୋଟିଏ କି ଦୁଇଟି ନୁହେଁ ଏକକାଳୀନ ୪ଟି ମେସିନ୍‌ ଉଦ୍‌ଘାଟନ ହେବ। ଉଦ୍‌ଘାଟନନ କରିବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ ଜିଲ୍ଲା ନିଖିଳ ପବନ କଲ୍ୟାଣ। ଉପସ୍ଥିତ ରହିଲେ ଆର୍‌ଜିଏଚ୍‌ର ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଡାକ୍ତର।

ଡାୟଲେସିସ୍‌ ଚିକିତ୍ସା ପିପି ମୋଡରେ ପରିଚାଳିତ ହେବ। ଚଣ୍ଡିଗଡର ରାହି‌ କେୟାର ପ୍ରାଇଭେଟ୍‌ ଲିମିଟେଡର ସଂସ୍ଥା ଏହାର ପରିଚାଳନା ଦାୟିତ୍ବ ଭାର ନେଇଛି। ଡାୟଲେସିସ୍‌ ହେବାକୁ ଆସୁଥିବା ରୋଗୀ ପିଛା ସରକାର ରାହି କେୟାର ସଂସ୍ଥାକୁ ୯୪୯ ଟଙ୍କା ଦେବେ। ପ୍ରତ୍ୟେକ ଦିନ ୪ଟି ମେସିନ୍‌ରେ ୧୫ରୁ ଅଧିକ ରୋଗୀଙ୍କର ଡାୟଲେସିସ୍‌ ହୋଇ ପାରିବ।

ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଏହି ୪ଟି ମେସିନ୍‌ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ମେସିନ୍‌ର ଦାମ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଦୀର୍ଘ ଦିନ ଦାବି ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହି ସମସ୍ୟାର ସମାଧାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୨୦ ଡିସେମ୍ବର ୨୮ରେ ଆର୍‌ଜିଏଚ୍‌ରେ ସିଟି ସ୍କାନ୍‌ ସେବାର ଉଦ୍‌ଘାଟନ ହୋଇଥିଲା। ସିଟି ସ୍କାନ ସେବା ଯୋଗାଉଥିବା ଘରୋଇ ସଂସ୍ଥା ରୋଗୀ ପିଛା ସରକାରଙ୍କ ଠାରୁ ପ୍ରାୟ ୮୦୦ ଟଙ୍କା ଲେଖାଏଁ ନେଉଛନ୍ତି। ରୋଗୀଙ୍କୁ ଏ ବାବଦରେ ଟଙ୍କାଟିଏ ଦେବାକୁ ପଡୁ ନାହିଁ।

ସମ୍ବନ୍ଧିତ ଖବର