କେନାଲ ବନ୍ଧରୁ ମୃତ ମାଈ ହାତୀ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମସର ବନଖଣ୍ଡ ତାରା ସିଂ ବନାଞ୍ଚଳରେ ଆଜି ସକାଳେ ଏକ ମାଈ ହାତୀକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଘୁମସର ବନଖଣ୍ଡ ତାରା ସିଂ ବନାଞ୍ଚଳର ଗୟାଗଣ୍ଡା ସେକସନର କଳିଙ୍ଗପଦର ନିକଟରେ କେନାଲ ବନ୍ଧରୁ ଏକ ମାଈ ହାତୀକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉକ୍ତ ହାତୀର ଶରୀରରେ ଅନେକ କ୍ଷତ ଥିବା ଦେଖିବାକୁ ମିଳିଛି।

ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମାଈ ହାତୀ ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଏକ ଦନ୍ତା ହାତୀ ସହ ସଂଘର୍ଷ କରିବାପରେ ମାଈ ହାତୀର ମୃତ୍ୟୁ ହୋଇଥିବାର ବନ ବିଭାଗର କର୍ମଚାରୀମାନେ ଅନୁମାନ କରିଛନ୍ତି ।

ସମ୍ବନ୍ଧିତ ଖବର