ଯୁକ୍ତ୨ ଫର୍ମ ପୂରଣ ଅବଧି ବଢ଼ିଲା

ଭୁବନେଶ୍ବର : ଆସନ୍ତା ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି। ବର୍ତମାନ ସୁଦ୍ଧା ୩ ଲକ୍ଷ ୧ ହଜାର ୭୯୭ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ତା’ ପରେ ବି ୨୦୨୦-୨୧ ଶିକ୍ଷାବର୍ଷରେ ନାମ ପଞ୍ଜୀକରଣ କରିଥିବା କିଛି ରେଗୁଲାର୍‌ ଛାତ୍ରଛାତ୍ରୀ ଓ ଯୋଗ୍ୟ ଏକ୍ସ-ରେଗୁଲାର୍‌ ଛାତ୍ରଛାତ୍ରୀ ଫର୍ମ ପୂରଣ କରିନାହାନ୍ତି। ଏ ସଂପର୍କରେ ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ଫର୍ମ ପୂରଣର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଫର୍ମ ପୂରଣ କରିନାହାନ୍ତି, ସେମାନେ ଜାନୁଆରି ୧୮ସୁଦ୍ଧା ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଗୁଲାର୍‌, ଏକ୍ସ-ରେଗୁଲାର୍‌, କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମର ଛାତ୍ରଛାତ୍ରୀ ୧୧ରୁ ୧୮ ତାରିଖ ମଧ୍ୟରେ ଏହି ସୁବିଧା ନେଇପାରିବେ। ଏହା ପରେ ପରିଷଦ ପକ୍ଷରୁ ଆଉ ସମୟସୀମାକୁ ବୃଦ୍ଧି କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର