ବଢ଼ିଲା ଯୁକ୍ତ୨ ଫର୍ମ ପୂରଣ ଅବଧି

ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର, ଏକ୍ସ-ରେଗୁଲାର ଓ କରେସ୍‌ପଣ୍ଡେନ୍ସ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଲାଗି ଆଉ ଥରେ ସୁଯୋଗ ଦିଆଯାଇଛି। ଗତ ମାର୍ଚ୍ଚ ୩ ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ଶେଷ ହୋଇଥିଲା। ତେବେ ବହୁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରି ନ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦୃଷ୍ଟିକୁ ଆସିବା ପରେ ପଦକ୍ଷେପ ନିଆଯାଇଛି। ଯେଉଁମାନେ ଫର୍ମ ପୂରଣ କରିପାରି ନାହାନ୍ତି ସେମା‌ନେ ଆସନ୍ତାକାଲି (୯ ତାରିଖ) ଓ ୧୦ ତାରିଖରେ ୩୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। ୯ରୁ ୧୭ ତାରିଖ ମଧ୍ୟରେ ଆନେକ୍ସ-୨, ଏସ୍‌ବି କଲେକ୍ଟ ଇ-ରିସିପ୍ଟ ଆଦି ଦାଖଲ କରିପାରିବେ। ଏହାପରେ ଆଉ ଫର୍ମ ପୂରଣ ସମୟ ସୀମା ବୃଦ୍ଧି ହେବ ନାହିଁ। ତେଣୁ ଯେଉଁମାନେ ଫର୍ମ ପୂରଣ କରିନାହାନ୍ତି ସେମାନେ ପଦକ୍ଷେପ ନେବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ସମ୍ବନ୍ଧିତ ଖବର