ଅମ୍ଫାନ ବାତ୍ୟା ବେଳେ ତିହିଡ଼ିରେ ଶିଶୁ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିସନରେ ମାମଲା 

ଭଦ୍ରକ:ଅମ୍ଫାନ ବାତ୍ୟା ବେଳେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକର କାଁପଡା ଗ୍ରାମରେ ଏକ ଦୁଇ ମାସର ଶିଶୁପୁତ୍ରର କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ଘଟଣାକୁ ସରକାର ଶିଶୁ ପୁତ୍ରର  ମୃତ୍ୟୁ  ନିମୋନିଆ କାରଣରୁ ହୋଇଥିବା ନେଇ ରିପୋର୍ଟ ଦେବା ପରେ ଏଇ ରିପୋର୍ଟ ବିରୁଦ୍ଧରେ ଜାତୀୟ ମାନବାଧିକାର କମିସନ ନୂଆଦିଲ୍ଲୀ ପକ୍ଷରୁ  ଏକ  ମାମଲା ରୁଜୁ ହୋଇଛି। ଏଇ ମାମଲା ରୁଜୁ ହେବା ପରେ ଶିଶୁପୁତ୍ରର ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି।

ଘଟଣାରୁ ପ୍ରକାଶ ଯେ,  ଭଦ୍ରକ ଜିଲ୍ଲା  ତିହିଡି ବ୍ଲକ ଅନ୍ତର୍ଗତ କାଁପଡା ଗ୍ରାମର  ବଳରାମ ଦାସଙ୍କର ଦୁଇ ମାସର ଶିଶୁ ପୁତ୍ରର  ଗତ ତା ୨୦/ ୫/ ୨୦ ରିଖରେ  ହୋଇଥିବା ଭୟଙ୍କର  ଅମ୍ଫାନ ବାତ୍ୟା ପବନ ବେଳେ  କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଏନେଇ  ଖବର ପ୍ରସାରିତ ହୋଇଥିଲା। ପରେ ମୃତ ଶିଶୁପୁତ୍ରର ମୃତ୍ୟୁ ନେଇ ତିହିଡ଼ି ଥାନାରେ ୩୦/ତା୨୦/୫/୨୦ରିଖରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଏଇ  ଅପମୃତ୍ୟୁ ମାମଲା ରୁଜୁ କରାଯିବା ପରେ ମୃତ ଶିଶୁର ‌ଶବ ବ୍ୟବଚ୍ଛେଦ  ପାଇଁ  ତିହିଡି ପୁଲିସ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ  ଆଣିଥିଲା।  ଶବ ବ୍ୟବଚ୍ଛେଦ ପରେ   ଶିଶୁପୁତ୍ରର ମୃତ୍ୟୁ  ନିମୋନିଆ  ଜନିତ  ରୋଗ କାରଣରୁ ହୋଇଥିବା ନେଇ ମେଡିକାଲ ରିପୋର୍ଟ ତା ୨୦/୫/୨୦ରେ ଦିଆଯାଇଥିଲା। ପରେ ପରିବାର ଲୋକଙ୍କୁ ମୃତ ଶିଶୁର ଶବ ହସ୍ତାନ୍ତର କରାଯାଇଥିଲା।  ପୋଷ୍ଟମର୍ଟମ ରିପୋର୍ଟରେ ଶିଶୁପୁତ୍ରର ମୃତ୍ୟୁ ନିମୋନିଆ କାରଣରୁ ହୋଇଥିବା ନେଇ ରାଜ୍ୟ ସରକାରଙ୍କୁ  ରିପୋର୍ଟ ଦିଆଯାଇଥିଲା। ସରକାରଙ୍କୁ ଏଇ ରିପୋର୍ଟ  ଦିଆଯିବା ପରେ ଜିଲ୍ଲାରେ ବାତ୍ୟା ବେଳେ ଜିରୋ କାଜୁଆଲଟି ହୋଇଥିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଇ ଶିଶୁ ମୃତ୍ୟୁ ଘଟଣା  ପରବର୍ତ୍ତୀ ପର୍ଯ୍ୟାୟରେ ଭିନ୍ନ ମୋଡ଼ ନେଇଥିଲା।

image source-ipleaders blog

ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବା ପାଇଁ  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର  ଅଞ୍ଚଳର ଜାତୀୟ ମାନବାଧିକାର କର୍ମୀ ଭଜମନ ବିଶ୍ବାଳ ଭଦ୍ରକ ଜିଲ୍ଲାର ବାତ୍ୟାଜନିତ ଶିଶୁ ମୃତ୍ୟୁ ପାଇଁ   ସରକାରଙ୍କ ରିପୋର୍ଟ  ବିରୁଦ୍ଧରେ ଜାତୀୟ ମାନାଧିକାର  କମିସନର ନୂଆଦିଲ୍ଲୀଙ୍କ  ଦ୍ବାରସ୍ଥ ହୋଇଥିଲେ। କାଁପଡାର ଅସହାୟ  ଦଳିତ  ବଳାରାମ ଦାସଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ  ନିଜ ଆଡୁ  ମାନବାଧିକାର କର୍ମୀ ଶ୍ରୀ ବିଶ୍ବାଳ  ଏନଏଚଆରସିଙ୍କ ନିକଟରେ  ଗତ ତା ୪/୬/୨୦ ରିଖରେ ଅଭିଯୋଗ କରିଥିଲେ। ଏଇ ଅଭିଯୋଗ ମୂଳେ  ଜାତୀୟ  ମାନାଧିକାର କମିସନ ନୂଆ ଦିଲ୍ଲୀ ପକ୍ଷରୁ ତା ୫/୬/୨୦ ରିଖରେ ୧୪୫୫/୧୮/୧୮/୨୦ରେ  ଏକ  ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ନିଜର ଶିଶୁ ପୁତ୍ରର ମୃତ୍ୟୁ ଘଟଣା ପରେ ତାଙ୍କ ପରିବାରକୁ ନ୍ୟାୟ ମିଳି ନାହିଁ ବୋଲି  ପରିବାର ପକ୍ଷରୁ  କୁହାଯାଇଛି।

ଏ ସଂପର୍କରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ପ୍ରତିକ୍ରିୟା ନେବାରୁ  ଜିଲ୍ଲାପାଳ କହିଲେ, ମେଡିକାଲରୁ ପୋଷ୍ଟମର୍ଟମ  ରିପୋର୍ଟ ଯାହା ଆସିଥିବ, ପୁଲିସ ଏଇ   ସଂପର୍କରେ ରିପୋର୍ଟ ଦେଇଥିବେ।  ସେହି ଅନୁଯାୟୀ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବ । ମାନବାଧିକାର କମିସନର ପକ୍ଷରୁ  କ’ଣ ମାମଲା ହୋଇଛି, ସେ ବିଷୟରେ ଆମ ପାଖକୁ କିଛି  ଚିଠି  ଆସି ନାହିଁ। ଆସିଲେ ଉତ୍ତର ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସମ୍ବନ୍ଧିତ ଖବର