କର୍ଲାପାଟ ଜଙ୍ଗଲରେ ପୁଣି ଏକ ମାଈ ହାତୀର ମୃତ୍ୟୁ, ୧୪ ଦିନରେ ଆଖି ବୁଜିଲେଣି ୬ ଗଜରାଜ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ ଆଖିବୁଜିଛନ୍ତି ମୋଟ ୬ଟି ହାତୀ । ହାତୀ ମୃତ୍ୟୁ ପରେ ବନ ବିଭାଗ ପାଇଁ ଏହା ଏକ ଚିନ୍ତାର କାରଣ ପାଲଟିଛି।

ଅନ୍ୟପଟେ ଶନିବାର ସେଠାରେ ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆ ଟିମ୍ ପହଞ୍ଚିଛନ୍ତି । ହେଲେ ଏଯାଏଁ ବିଶେଷଜ୍ଞମାନେ ହାତୀ ମଡକର କାରଣ ଖୋଜି ପାଇପାରିନାହାନ୍ତି ।  ଗତ ୧ ତାରିଖରେ କର୍ଲାପାଟ ନିକଟସ୍ଥ ତେନ୍ତୁଳିପଦରଠାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଏହାପରେ ଲଗାତାର ସେଠାରେ ହାତୀ ମୃତ୍ୟୁ ଦେଖିବାକୁ ମିଳୁଛି, ଯାହାର କାରଣ ଏପର୍ଯ୍ୟନ୍ତ ବିଶେଷଜ୍ଞ ଦଳ ଖୋଜି ପାଇପାରିନାହାନ୍ତି ।

ସମ୍ବନ୍ଧିତ ଖବର