ଦେବଗଡ଼ : ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ଆଜି ଦେବଗଡ଼ ଜିଲ୍ଲାରେ ରାସ୍ତାରୋକ ଏବଂ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ଡାକରାର ପ୍ରଭାବରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଦୋକାନ, ବଜାର ବନ୍ଦ ରହିଛି । ଖାଲି ସେତିକି ନୁହେଁ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତାରେ ଶତାଧିକ ଭାରିଯାନ ଅଟକି ରହିଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତିର ମୁଖ୍ୟ ଦାବିଗୁଡିକ ହେଲା ପ୍ରସ୍ତାବିତ ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ, ଏଲ ଏ ୧୮ ଓ ୨୮ର ବିଚାର, ବାକିଆ ଦେୟ ପ୍ରଦାନ, ପୁନଃବସତି ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା , ଆଂଶିକ ବୁଡ଼ି ଗ୍ରାମକୁ ସଂପୂର୍ଣ୍ଣ ବୁଡ଼ି ଗ୍ରାମ ଘୋଷଣା କରିବା ଆଦି । ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଦେବଗଡ଼ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବନ୍ଦ କରୁଥିବା ବେଳେ .ସେମାନଙ୍କ ଭିତରୁ ୪୯ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।