ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଭିନ୍ନକ୍ଷମ ବୃନ୍ଦା

ମାଲକାନଗିରି: ଶଯ୍ୟାଶାୟୀ ଭିନ୍ନକ୍ଷମ ବୃନ୍ଦା କବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଫେରିବା ସମୟରେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସୋମବାର ଜିଲ୍ଲପାଳଙ୍କୁ ଟେଲିଫାନ୍ ମେସେଜ୍ କରିବା ପରେ ଆଜି ବ୍ୟକ୍ତିଗତ ଭାବେ ନିଜ ଭଉଣୀ ରୁକୁଣା (ଭିନ୍ନକ୍ଷମ) ସହ ଜିଲ୍ଲାପାଳଙ୍କୁ ଭେଟିଥିଲା ବୃନ୍ଦା। ଭାରତୀୟ ରେଡକ୍ରସ୍ ସୋସାଇଟିର ସଦସ୍ୟ ରାମକୃଷ୍ଣ ଚୌଧୂରୀ ବୃନ୍ଦାସହ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆଲୋଚନା ସମୟରେ ଉପସ୍ଥିତ ରହି ସମସ୍ତ ବିଷୟ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।ଘର ତିଆରି ନିମନ୍ତେ ଗତ ଜୁଲାଇ ମାସରୁ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଉଭୟ ଭିନ୍ନକ୍ଷମ ହୋଇଥିବାରୁ ଘର ତିଆରି କାମ ଆରମ୍ଭ କରିପାରି ନାହାନ୍ତି। ଉଭୟ ଭଙ୍ଗା ଘରର ପିଣ୍ଢାରେ ରହି ରୋଷେଇ, ଖାଇବା ଓ ଶୋଇବା କାର୍ଯ୍ୟ କରୁଛନ୍ତି। ଖରା, ବର୍ଷା ହେଉବା ଶୀତ ସବୁ ସେଇ ବାରଣ୍ଡାରେ କରିବାକୁ ପଡୁଛି।

ଏହି ସୂଚନା ପାଇବା ପରେ ଜିଲ୍ଲାପାଳ ସଚିନ ପାଵାର ତୁରନ୍ତ ଜିଲ୍ଲାପରିଷଦକୁ ଗୃହ ନିର୍ମାଣର ତଦନ୍ତ ନିମନ୍ତେ ମେସେଜ୍ କରିଥିଲେ। ସରକାରଙ୍କ ତରଫରୁ ମିଳିଥିବା ଠେଲା ଗାଡିଟିର ଚକ ନଷ୍ଟ ହୋଇଥିବା ବ୍ୟକ୍ତିଗତ ଜିଲ୍ଲାପାଳ ଦେଖିଥିଲେ ଓ ତୁରନ୍ତ ଏକ ନୂତନ ଠେଲା ଗାଡି ଯୋଗାଇ ଦେବାକୁ ସାମାଜିକ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଦୁଇ ଭିନ୍ନକ୍ଷମ ଭଉଣୀଙ୍କ ଭତ୍ତା ମିଶି ୧୨୦୦ଟଙ୍କା, ଯେଉଁଥିରେ ପରିବାର ଚଳିବା ବହୁତ କଷ୍ଟହେଉଛି। ଏଣୁ ବହୁତ ଦିନ ହେବ ବିଜୁଳି ବିଲ୍ଲ୍ ବନ୍ଧା ହୋଇପାରୁ ନାହିଁ। ଏହା ଜାଣିବାପରେ ଜିଲ୍ଲାପାଳ ଟାଟା ବିଦ୍ୟୁତ୍ ବିଭାଗକୁ ବିଲ୍ ଛାଡ ନିମନ୍ତେ ନିଜେ ପତ୍ର ଲେଖିବେ ବୋଲି ଜିଲ୍ଲାପାଳ କହିଥିଲେ। ଭିନ୍ନକ୍ଷମ ଭତ୍ତା ଓ ୩୫ କିଲୋ ଚାଉଳ ମଧ୍ୟ ନିୟମିତ ମିଳୁ ନାହିଁ ବୋଲି ଅଭିଯୋଗ କରିବା ପରେ ସେ କୋରକୁଣ୍ଡା ବି.ଡି.ଓ ଙ୍କୁ କହିଦେବେ ବୋଲି ଜିଲ୍ଲାପାଳ କହିଥିଲେ।

ବୃନ୍ଦାଙ୍କ ଗ୍ରାମ, ପଞ୍ଚାୟତ ଠିକଣା ମାଗି ଟିପିଥିଲେ। ଜିଲ୍ଲାପାଳଙ୍କ ଏଭଳି ସହଯୋଗରେ ବୃନ୍ଦା ନିଜକୁ ଆଉ ଅନାଥ ମନେ କରୁନାହିଁ ବୋଲି କହିଥିଲା। କିଛି ଭଲ ପ୍ରୋଟିନ୍ ଓ ଔଷଧ ନିମନ୍ତେ ଆର୍ଥିକ ସହଯୋଗ ନିମନ୍ତେ ମଧ୍ୟ ଜିଲ୍ଲାପାଳଙ୍କୁ କହିଥିଲା। ଜିଲ୍ଲାପାଲ ଏକ ଆବେଦନ ପତ୍ର ଦେଲେ ତାହା ଅନୁଯାୟୀ ଯଥାସମ୍ଭବ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ।

 

ସମ୍ବନ୍ଧିତ ଖବର