ରାଜ୍ୟର ମୋଟ୍ ୨୮୫୬ ଆକ୍ରାନ୍ତଙ୍କ ଭିତରୁ ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୬ଟି ଜିଲ୍ଲାରୁ  ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୯୮, ବାଲେଶ୍ବରରେ ୧୯୦, ଯାଜପୁରରେ ୩୧୯ , କଟକରେ ୧୭୨, ପୁରୀରେ ୧୦୧, କେନ୍ଦ୍ରାପଡ଼ାରେ ୧୬୩, ଅନୁଗୁଳରେ ୩୩, ଖୋର୍ଦ୍ଧାରେ ୨୪୪, ଦେବଗଡ଼ରେ ୩୩ , ଭଦ୍ରକରେ ୧୪୦, ନୟାଗଡ଼ରେ ୮୭, ଜଗତସିଂହପୁରରେ ୮୯, ସୁନ୍ଦରଗଡ଼ରେ ୯୯, ନୂଆପଡ଼ାରେ ୬୯, ବଲାଙ୍ଗୀରରେ ୧୨୧, ବୌଦ୍ଧରେ ୩୪, କେନ୍ଦୁଝରରେ ୩୩, ମାଲକାନଗିରିରେ ୨୧, ମୟୂରଭଞ୍ଜରେ ୭୦, କଳାହାଣ୍ଡିରେ ୨୭, କନ୍ଧମାଳରେ ୨୫, ଗଜପତିରେ ୬୧, କୋରାପୁଟରେ୧୬, ଢେଙ୍କାନାଳରେ ୩୫, ଝାରସୁଗୁଡ଼ାରେ ୮, ସମ୍ବଲପୁରରେ ୧୬ରେ ପହଞ୍ଚିଛି।

ଅପରପକ୍ଷରେ ବରଗଡ଼ରେ ୧୬, ସୁବର୍ଣ୍ଣପୁର ଜିଲ୍ଲାରେ୨୯ ଏବଂ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୨୯ରେ ପହଞ୍ଚିଛି। ତେବେ ୧୭୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅପରପକ୍ଷରେ ୯ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ଦୁଇ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର