ଡାକ୍ତର ପ୍ରତାପ ରଥ ପାଇବେ ‘କଳିଙ୍ଗ ରତ୍ନ ସମ୍ମାନ’

କଟକ : ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ଚନ୍ଦ୍ର ରଥ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆସନ୍ତା ୧୭ତାରିଖ ରବିବାର ସଂଧ୍ୟା ୬ଟାରେ ସାରଳାଭବନରେ ଆୟୋଜିତ ସଂସଦର ୩୬ତମ ବାର୍ଷିକ ଉତ୍ସବରେ ଡାକ୍ତର ରଥଙ୍କୁ ସମ୍ମାନିତ କରାଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ଓ ସଂପାଦକ ଡାକ୍ତର ନିରଞ୍ଜନ ତ୍ରିପାଠୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ଡାକ୍ତର ରଥ ହାଇଦ୍ରାବାଦ୍‌ ଓ ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲ୍‌ର ହୃଦରୋଗ ବିଭାଗୀୟ ମୁଖ୍ୟ ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର