ଶାରଦା ଖଣିରେ ଇଡି ଚଢ଼ଉ, ୬ ସ୍ଥାନରେ ୬ଟିମ୍‌ର ଛାନଭିନ୍‌

ଭୁବନେଶ୍ବର : ବେଆଇନ୍‌ ଖଣିଜ ପଦାର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶାରଦା ଖଣିରେ ଚଢ଼ଉ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୋଲକାତା ଓ ଭୁବନେଶ୍ବର ଶାଖାର ୬ଟି ଟିମ୍‌ କେନ୍ଦୁଝର ଜିଲ୍ଲା ବଡ଼ବିଲର ୪ଟି ସ୍ଥାନ ସମେତ କୋଲକାତା ଓ ଗୁରୁଗାଓଁରେ ଚଢ଼ଉ କରିଛି। ବଡ଼ବିଲ୍‌ରେ ଥିବା ଖଣି କାର୍ଯ୍ୟାଳୟ, ସୋୟାବାଲିସ୍ଥିତ କଲୋନିରେ ଥିବା ଦୁଇ ନିର୍ଦ୍ଦେଶକଙ୍କ ଘର ଏବଂ ଚାଟାର୍ଡ ଆକାଉଟାଣ୍ଟଙ୍କ ଘରେ ୪ଟି ଟିମ୍‌ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସଂସ୍ଥା ବେଆଇନ୍‌ ଭାବେ ଖଣି ଖନନ କରି କୋଟି କୋଟି ଟଙ୍କାର ଅର୍ଥ ହେରଫେର କରିଥିଲା। ବେଆଇନ ଖଣିଜ କାରବାର ହୋଇଥିବା ନେଇ ପୂର୍ବରୁ ଇଡିରେ ଅଭିଯୋଗ ହୋଇଥିଲା। ଶାହ କମିସନ ସୁପାରିଶ ପରେ ଅନେକ ବେଆଇନ୍‌ ଖଣି ବନ୍ଦ ଥିବା ବେଳେ ସେଥିରେ ଶାରଦା ଖଣି ମଧ୍ୟ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର