ସିଲିପଦାରେ ଦନ୍ତାହାତୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀ ବୁଲୁ ଥିବାର ଦେଖିବାକୁ ମିଳିଛି। ଏହି ରେଞ୍ଜ ଅନ୍ତର୍ଗତ ସିଲିପଦା  ଗାଁ ଜଙ୍ଗଲରେ ଆଜି ସକାଳୁ ଦିନ ତମାମ ରହିଥିବା ଦେଖିବାକୁ ମିଳିଛି।  ହାତୀଟି ବହୁ ସମୟରେ ଗୋଠ ଛଡ଼ା ହୋଇ ପାଟଣା ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ଘୂରି ବୁଲୁଥିବା ଦେଖିବାକୁ ମିଳେ।

ହାତୀଟି ଏକୁଟିଆ ଥିବାରୁ ଲୋକଙ୍କୁ ଅତର୍କିତ ଆକ୍ରମଣ କରିବା ସମ୍ଭାବନା ରହିଛି। ଏଥିପାଇଁ ଲୋକେ ମଧ୍ୟ ଆଶଙ୍କିତ ଅବସ୍ଥାରେ ଅଛନ୍ତି। ସିଲିପଦା ଗ୍ରାମ ନିକଟସ୍ଥ ନଦୀ କୂଳରେ କରାଯାଇ ଥିବା ଖରାଟିଆ ଧାନ ଫସଲକୁ ମଧ୍ୟ ହାତୀ ଟି ଦଳି ଚକଟି ନଷ୍ଟ କରିଦେଇଛି। ହାତୀଟିର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ବନପାଳ ଭୂପତି ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର