ହାତୀ ଗତିବିଧି ନିରୀକ୍ଷଣ ଟାୱାର ଉଦ୍‌ଘାଟିତ

ରାଇସୁଆଁ,: କେନ୍ଦୁଝର ଜିଲ୍ଲା ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ରାଇସୁଆଁ ବିଟ୍ ର କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ବର୍ତ୍ତୀ ମାର୍ଦା ଗ୍ରାମର ଭାଲୁଦରୀ ଓ ବିମଳା ଫରେଷ୍ଟ ବିଟ୍ ର ବିମଳା ଗ୍ରାମର କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସୀମାନ୍ତରେ ଥିବା ପେଟେରାଘାଟି ଠାରେ ନିର୍ମିତ ହୋଇଥିବା ହାତୀମାନଙ୍କ ଗତିବିଧି ଉପରେ ନିରୀକ୍ଷଣ ସର୍ଚ୍ଚ ଟାୱାର ଉଦ୍‌ଘାଟିତ ହୋଇଯାଇଛି।

ତେଲକୋଇ ବ୍ଳକ ଅଧ୍ୟକ୍ଷ ବିକ୍ରମ କେଶରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ଚ୍ଚ ଟାୱାରକୁ  ଉଦଘାଟନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ କେଦାର ନାଥ ପ୍ରଧାନ, ବିଜୁ ଜନତା ଦଳ ସଂଗଠକ ରଜତ କୁମାର ବାରିକ, ସମିତି ସଭ୍ୟ ଅଶୋକ କୁମାର ନାୟକ, ପଞ୍ଚାୟତ ବିଜୁ ଜନତାଦଳ ସଭାପତି ମଦନମୋହନ ସାହୁ, ରେଞ୍ଜ ଅଫିସର ଶିବାଜୀ ମୋହନ ରାଓ, ତେଲକୋଇ ବନପାଳ ଭୂପତି ସେଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର