ବାମରା ରେଞ୍ଜରେ ହାତୀ ପଲ, ଚାଷୀଙ୍କ ମଧ୍ୟରେ ଭୟ

ବାମରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଡିଭିଜନ୍‌ ଅନ୍ତର୍ଗତ ବାମରା ରେଂଜ୍‌ରେ ଗତ କିଛିଦିନ ହେଲା ଏକ ହାତୀପଲ ବିଚରଣ କରୁଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳୁଛି।

ପ୍ରାପ୍ତ ସୂଚନା ଅନୁସାରେ, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାମରା ରେଂଜ ପିଣ୍ଡାପଥର ପଞ୍ଚାୟତ ପଣ୍ଡୁପଡ଼ା, କାଲିଆପଡ଼ା ତଥା କୁଟାରିମାଲ ପଞ୍ଚାୟତ ସାନ ଫିଲିଙ୍ଗିବାହାଲ,ଜୋଗିମୁଣ୍ଡା, କୁଟାରିମାଲ, ବୃବୁଡ଼ା, ମହାବୀର ପାହାଡ଼ ସଂଲଗ୍ନ ଅଞ୍ଚଳରେ ୨୧ ପଟ ହାତୀ ପଲ ଏଣେତେଣେ ବୁଲାବୁଲି କରୁଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଏହା ସହିତ ହାତୀମାନେ ଧାନ ଫସଲଗୁଡିକୁ ଦଳି ମାଡ଼ି ନଷ୍ଟ କରୁଥିବା ଜଣାପଡ଼ିଛି। ଅମଳ କରିଥିବା ଧାନ ନଷ୍ଟ କରିବା ସହିତ ଗାଁକୁ ପଶି ଧନ ଜୀବନ ନଷ୍ଟ କରିବାର ସମ୍ଭାବନା ରହିଛି ବୋଲି ଲୋକେ ଭୟରେ ଅଛନ୍ତି।

ଉକ୍ତ ହାତୀପଲରେ ୪/୫ଟି ଛୁଆ ହାତୀ ରହିଥିବା କାରଣରୁ ମାଈ ହାତୀ ଅତ୍ୟଧିକ ହିଂସ୍ର ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ଉଭୟ ବନ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀ ରାତିରେ ଜଗି ରହି ହାତୀଙ୍କ ଯାତାୟାତ ଉପରେ ତୀକ୍ଷ୍‌ଣ ନଜର ରଖିଥିବା ବାମରା ରେଞ୍ଜର୍‌ ରାଜଶ୍ରୀ ତିର୍କୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର