ମହାବିଦ୍ୟାଳୟର ଦୁର୍ବଳ ଛାତ୍ରଙ୍କ ପାଇଁ ଅତିରିକ୍ତ କ୍ଲାସ କରାଯିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ମହାବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ କ୍ଲାସ କରାଯିବ। ସେହିଭଳି ଉପସ୍ଥାନ କମ୍‌ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅତିରିକ୍ତ କ୍ଲାସ ହେବ ବୋଲି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ମହାବିଦ୍ୟାଳୟରେ ପ୍ରାକ୍ଟିକାଲ କ୍ଲାସ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଏଥର ଖରା ଛୁଟିରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଅପେକ୍ଷାକୃତ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ପାଇବେ ଶିକ୍ଷକ ଶିକ୍ଷୟିତ୍ରୀ। ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କିଛି ଦିନ ପୂର୍ବରୁ ସୂଚନା ଦେଇଥିଲେ।
ଶ୍ରୀ ଦାଶ କହିଥିଲେ, ଯେଉଁ ପିଲାମାନେ ଶ୍ରେଣୀଗୃହରେ ଦୁର୍ବଳ ରହିଛନ୍ତି ସେମାନଙ୍କୁ ଭଲ ପିଲାଙ୍କ ସହ ସମକକ୍ଷ କରିବା ଦିଗରେ ଏବର୍ଷ ପଦକ୍ଷେପ ନିଆଯିବ। ଯେଉଁ ପିଲାମାନେ ପାଠପଢାରେ ପଛୁଆ ରହିଛନ୍ତି ସେମାନଙ୍କୁ ଭଲ ପିଲାଙ୍କ ସହ ଗ୍ରୁପ୍‌ କରି ପାଠପଢ଼ା ଯାଉଛି। ଭଲ କରିପାରୁ ନଥିବା ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଜ୍ଜ୍ଵଳ, ଉଥ୍ଥାନ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେଣୁ ଶ୍ରେଣୀଗୃହରେ ଅପେକ୍ଷାକୃତ ଦୁର୍ବଳ ଥିବା ପିଲାମାନଙ୍କୁ ଭଲ ପିଲାଙ୍କ ସମକକ୍ଷ କରିବା ଲାଗି ୨୦୨୦-୨୧ ଶିକ୍ଷାବର୍ଷର ଖରା ଛୁଟିରେ ପାଠପଢ଼ା ହେବ। ସେମାନଙ୍କ ପାଇଁ ଅତିରିକ୍ତ କ୍ଲାସ କରାଯିବ। ଏମିତି ବି ଛୁଟି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ରୋଟେସନ ଭିତ୍ତିରେ ବିଦ୍ୟାଳୟକୁ ଡ୍ୟୁଟି କରିବାକୁ ଆସିଥାନ୍ତି। ତେଣୁ ସେହି ସମୟରେ ଦୁର୍ବଳ ପିଲାମାନଙ୍କ କ୍ଲାସ ନେବେ।

ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ଦଶମ ଶ୍ରେଣୀ ଫେଲ୍‌ ହାର କମାଇବା ଏବଂ ପାସ୍‌ ହାର ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏବେ ଅଭିଭାବକଙ୍କୁ ପିଲାଙ୍କ ପାଠପଢ଼ା ସହ ଯୋଡ଼ାଯାଉଛି। କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ ପରି କିଛି ଜିଲ୍ଲା ମାଟ୍ରିକ୍‌ରେ ‘ମିସନ ଜିରୋ ଫେଲ୍‌ ଓ ‘ମିସନ ଶହେ’କୁ ପ୍ରାଥମିକତା ଦେଉଛନ୍ତି।

ସାଧାରଣତଃ ମାଟ୍ରିକ୍‌ ଫର୍ମ ପୂରଣ ପରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସନ୍ତି ନାହିଁ। ଏଭଳି ଧାରାକୁ ଏ ବର୍ଷ ଭଙ୍ଗାଯାଇଛି। ଫର୍ମ ପୂରଣ ପରେ ବି ପିଲାଙ୍କ ପାଠପଢା ଚାଲିଛି। ଜାନୁଆରି ୩୧ ପର୍ଯ୍ୟନ୍ତ ସେମାନଙ୍କ ପାଠପଢା ହେବ। ପାଠପଢାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ୱକୁ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଦୂର କରୁଛନ୍ତି। ପରୀକ୍ଷାର୍ଥୀଙ୍କ ଅଭ୍ୟାସ ପାଇଁ ଡମି ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ଦିଆଯାଉଛି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଶିକ୍ଷାର ମାନ ଯାଞ୍ଚ କରୁଛନ୍ତି। ଏହା ଭିତରେ ବୌଦ୍ଧ, ସୋନପୁର, ବରଗଡ଼ ଆଦି ଜିଲ୍ଲାର ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ଭିତ୍ତିଭୂମି ଓ ପିଲାଙ୍କ ପାଠପା ଯାଞ୍ଚ କରିଛି ବୋଲି ମନ୍ତ୍ରୀ କହିଛନ୍ତି ।  ପଢାରେ ବୌଦ୍ଧ

ସମ୍ବନ୍ଧିତ ଖବର