ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ବୃଦ୍ଧି କରାଯିବ, ୨୨ ସୁଦ୍ଧା କ୍ଷୟକ୍ଷତି ଆକଳନ ସାରିବାକୁ ନିର୍ଦେଶ

ଭୁବନେଶ୍ବର : ଚଳିତ ବର୍ଷର ବାତ୍ୟା ଏବଂ ବିଗତ ବର୍ଷମାନଙ୍କରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଆହୁରି ବୃଦ୍ଧି କରାଯିବ। ଆଜି ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହା କହିଛନ୍ତି।

ବୈଠକରେ ମାନବ ସମ୍ବଳ ଓ ସରଞ୍ଜାମ ବିଷୟରେ ସବିଶେଷ ତଥ୍ୟ ସଂପର୍କରେ ଉପସ୍ଥାପନ କରିଥିଲେ ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ। ବାତ୍ୟା ଫନିରେ ଘରୋଇ ବାସଗୃହ, ଫସଲ, ସଂପତ୍ତି, ପଶୁ ଓ ମତ୍ସ୍ୟ ସଂପଦ, ଡଙ୍ଗା, ହସ୍ତତନ୍ତ, ହସ୍ତଶିଳ୍ପ ଆଦି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ମେ’ ୨୨ ତାରିଖ ସୁଦ୍ଧା ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଥିଲେ।

ସୂଚନାଯୋଗ୍ୟ, ଚଳିତ ବାତ୍ୟାରେ ପୂରା ଭାଙ୍ଗିଯାଇଥିବା ଘର ପାଇଁ ୯୫ ହଜାର ଟଙ୍କା, ଆଂଶିକ ଭାଙ୍ଗିଥିବା ଘର ନିମନ୍ତେ ୫୨୦୦ ଟଙ୍କା, ସମ୍ୟକ କ୍ଷତିଗ୍ରସ୍ତ ଘର ପାଇଁ ୩୨୦୦ ଟଙ୍କା ଦିଆଯିବ। ଏହା ବାଦ୍‌ ସରକାରୀ ଘୋଷଣା ମୁତାବକ ରିଲିଫ ସହାୟତା ବଣ୍ଟନ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର