ନୟାଗଡ଼ରେ ପୁଣି ଭ୍ରୂଣ ହତ୍ୟା, ପୋଖରୀ କୂଳରୁ ଅପରିପକ୍ୱ ଭ୍ରୂଣ ଉଦ୍ଧାର

ଦଶପଲ୍ଲା : ନୟାଗଡ ଜିଲ୍ଲାରେ ପୁଣି ଏକ ଭ୍ରୂଣହତ୍ୟା ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ଣରେ ସ୍ଥାନୀୟ ଦଶପଲ୍ଲା କୁଞ୍ଜବନଗଡ଼ସ୍ଥିତ ପୃଷ୍ଟିସାଗର (ବଡ଼ପୋଖରୀ) କୂଳରେ ଏକ ସଦ୍ୟଜାତ ଅପରିପକ୍ୱ ଭ୍ରୂଣ ପଡ଼ିିଥିବା କିଛି ସ୍ଥାନୀୟ ବ୍ୟକ୍ତି ଦେଖିବାକୁ ପାଇଥିଲେ। ଏହି ଭ୍ରୂଣଟିର ହାତ, ଗୋଡ଼, ମୁଣ୍ଡ, କାନ ଓ ଦେହ ସୃଷ୍ଟି ହୋଇ ସାରିଥିବା ବେଳେ ଭ୍ରୂଣଟି ୫/୬ ମାସର ହେବ ବୋଲି ଅନୁମାନ କରାଯାଉଛି। ମାତ୍ର ଠିକ୍ ଭାବେ ଲିଙ୍ଗ ନିରୂପଣ ହୋଇ ପାରିନଥିବା ବେଳେ ଏହା ଏକ ପୁତ୍ର ସନ୍ତାନ ବୋଲି ଅନୁମାନ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଜବତ କରି ବ୍ୟବଚ୍ଛେଦ କରିଛି। କିନ୍ତୁ କିଏ କେଉଁ ପରିସ୍ଥିତିରେ ଭ୍ରୂଣଟିକୁ ହତ୍ୟା କରି ଏଠାରେ ପକାଇଲା ତାହାର କୌଣସି ସୂଚନା ମିଳିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର