ବିଧାନସଭା ପାଇଁ ୨୩ ଓ ଲୋକସଭା ପାଇଁ ୬ ନାମାଙ୍କନ ପତ୍ର ଦାଖଲ

୪୦୬୩ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜିମା

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟ ମତଦାନ ୬ଗୋଟି ଲୋକସଭା ଆସନ ଓ ୨୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେହିପରି ସାରା ରାଜ୍ୟରେ ୪୦୬୩ଟି ଲାଇସେନ୍ସ ବନ୍ଧୁକ ଜିଲ୍ଲା ପ୍ରଶାସନ ନିକଟରେ ଜମା ହୋଇଛି। ଲାଇସେନ୍ସ ନ ଥିବା ୧୪୩ଟି ବନ୍ଧୁକ ଓ ୨୪୪.୦୩୨ ଗ୍ରାମ ବିସ୍ଫୋରକ ମଧ୍ୟ ଜବତ ହୋଇଛି। ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପାଖାପାଖି ୬୯ ହଜାର ଲିଟର ମଦ ଜବତ ହୋଇଛି। ଏହାର ବଜାର ମୂଲ୍ୟ ୨କୋଟି ଟଙ୍କା ପାଖାପାଖି। ଫ୍ଲାଇଙ୍ଗ ସ୍କ୍ବାଡ ଓ ପୁଲିସ ଦ୍ବାରା ୩୯ ଲକ୍ଷ ଟଙ୍କା ପାଖାପାଖି ଜବତ ହୋଇ ସାରିଲାଣି। ବେଆଇନ ଭାବେ ଲାଗିଥିବା ହୋର୍ଡିଂ ଓ ପୋଷ୍ଟରକୁ ମଧ୍ୟ ହଟା ଯାଉଛି। ଏହି ସଂଖ୍ୟା ପାଖାପାଖି ୧୦ଲକ୍ଷ ହେବ। ସେହିପରି ନିର୍ବାଚନ ପରିପ୍ରେକ୍ଷୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦେଶକ ନିରଂଜନ ସେଠୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଖୋଲିଥିବା ରାଜ୍ୟସ୍ତରୀୟ ମିଡିଆ ସେଲ ନୋଡାଲ ଅଧିକାରୀ ଭାବ‌େ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର