ହାଇଦର ଫେରାର୍ ଘଟଣାରେ ଏତଲା ଦେଲେ କନଷ୍ଟେବଳ, ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ

କଟକ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣାକୁ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ଏହି ଏତଲା ପରେ ଏବେ ପୁଲିସ ହାଇଦରଙ୍କ ପୁଅ ଓ ଜ୍ୱାଇଁଙ୍କୁ ଜେରା କରିପାରେ ବୋଲି ଆଶା କରାଯାଉଛି।

ଅନ୍ୟପଟେ ହାଇଦରର ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ ଆଜି କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସୂଚନା ଅନୁସାରେ ୟାକୁବ୍ ଏସସିବି ଭିତରେ ହାଇଦରକୁ ଭେଟିବା ସହ ତାକୁ ବିରିୟାନୀ ଖାଇବାକୁ ଦେଇଥିଲା । ହେଲେ ସେ ହାଇଦର ଫେରାର ବାବଦରେ କିଛି ଜାଣିନାହିଁ ବୋଲି ପୁଲିସକୁ କହିଛି।

ହାଇଦରକୁ ଧରିବା ଲାଗି ପୂରା ରାଜ୍ୟ ପୋଲିସ ଚାରିଆଡେ ଛାନଭିନ୍ କରିବା ସହ ସମସ୍ତ ଜିଲ୍ଲାର ସୀମାକୁ ସିଲ କରି ତନଖି ଚଳାଇଛି । ଏହାସହ ହାଇଦର ରହୁଥିବା ସମ୍ବଲପୁର ଜେଲ ଅଧିକ୍ଷକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ହାଇଦରକୁ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର