କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ସୋର: ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ସୋର ରେଳ ଷ୍ଟେସନ୍‌ ନିକଟରେ ନିଆଁ ଲାଗିଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ ଅଟକିଥିଲା। ଡ୍ରାଇଭର ଟ୍ରେନ୍‌ର ଆଗପଟୁ ୫ ନମ୍ବର ବଗିରେ ନିଆଁ ଲାଗିଥିବା ଦେଖିବା ପରେ ସୋର ଷ୍ଟେସନ୍‌ ମାଷ୍ଟରଙ୍କୁ ଜଣାଇଥିଲେ। ଷ୍ଟେସନ୍‌ ମାଷ୍ଟର ଟ୍ରେନ୍‌ଟିକୁ ୧ ନମ୍ବର ପ୍ଲାଟ୍‌ଫର୍ମରେ ରହିବା ଲାଗି ସିଗ୍‌ନାଲ୍‌ ଦେଇଥିଲେ। ଫଳରେ ଡ୍ରାଇଭର ସେଠାରେ ଟ୍ରେନ୍‌କୁ ଅଟକାଇଥିଲେ। ଖବର ପାଇ ସୋର ଅଗ୍ନିଶମ ବାହିନୀର ୨ଟି ଟିମ୍‌ ପହଞ୍ଚି ଟ୍ରେନ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି। ଫଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡରୁ ଟ୍ରେନ୍‌ଟି ରକ୍ଷା କରାଯାଇପାରିଛି।

ସମ୍ବନ୍ଧିତ ଖବର