ବ୍ରହ୍ମପୁର କମାପଲ୍ଲୀ ବଜାରରେ ବଡ଼ ଅଗ୍ନିକାଣ୍ଡ

ବ୍ରହ୍ମପୁର : ଆଜି ବିଳମ୍ବିତ ରାତିରେ ବ୍ରହ୍ମପୁର ସହର କମାପଲ୍ଲୀ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିମଷକେ ନିଆଁ ବ୍ୟାପିଯିବା ସହ ସେଠାରେ ପ୍ରଥମ ମହଲାରେ ଥିବା ଅମରନାଥ ପୂଜା ସାମଗ୍ରୀ ଦୋକାନ ଭସ୍ମୀଭୂତ ହୋଇଯାଇଛି। ଏଥି ସହ ପ୍ରଚଣ୍ଡ ନିଆଁର ପ୍ରଭାବରେ ତଳ ମହଲାରେ ଥିବା ବୈଦ୍ୟନାଥ ଇଲେକ୍ଟ୍ରିକାଲ ଦୋକାନ ସମେତ ପାର୍ଶ୍ବବତୀ ‌ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆଜି ରାତି ପ୍ରାୟ ସାଢେ ୧୧ଟାରେ ଏହି ଭୟାବହ ଅଗ୍ନିକାଣ୍ତ ଘଟି ବିପୁୁଳ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ତର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ମଧ୍ୟରାତ୍ରି ସୁଦ୍ଧା ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଉପର ମହଲାରେ ଥିବା ଏହି ଦୋକାନ ବନ୍ଦ ହେବା ପରେ ରାତିରେ ହଠାତ୍‌ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏହି ନିଆଁ ଦୋକାନକୁ ସ˚ପୂର୍ଣ୍ଣ ବ୍ୟାପି ଯାଇଥିଲା। ଖବର ମିଳିବା ସୁଦ୍ଧା, ଦମକଳବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସର୍ଟସର୍କିଟରୁ ଅଗ୍ନିକାଣ୍ତ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର