ମାଲେସିଆରେ ଓଡ଼ିଆ ଶ୍ରମିକ ବନ୍ଦୀ : ଉଦ୍ଧାର ପାଇଁ ପରିବାରର ନିବେଦନ

ଆଳି : ଦରିଆ ପାରିରେ କାମ କରି ପେଟ ପୋଷିବାକୁ ଯାଇଥିବା ଆଳି ଅ˚ଚଳର ଜଣେ ଶ୍ରମିକ ଦଲାଲଙ୍କ ଠକାମୀର ଶିକାର ହୋଇ ମାଲେସିଆ ଜେଲରେ ଅଢେଇ ମାସ ହେଲା ବନ୍ଦୀ ଜୀବନ କାଟୁଛନ୍ତି। ଆଳି ଥାନାରେ ପରିବାର ଲୋକେ ଅଭିଯୋଗ କରିବା ପରେ ଏବେ ସ˚ପୃକ୍ତ ଶ୍ରମିକଙ୍କ ଉଦ୍ଧାର ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ ଆଳିଥାନା ବଡଆଙ୍କୋ ଗ୍ରାମନିବାସୀ କୈଳାସ ମଲିକ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଜଣାଇଛନ୍ତି ଯେ, ଆଳିଥାନା ସିଙ୍ଗିରି ଗ୍ରାମର ଜଣେ ଏଜେଣ୍ଟ ର˚ଗାଧର ଦାସ ତାଙ୍କ ପୁଅ ଅଶୋକଙ୍କୁ ଏକ ଟୁରିଷ୍ଟ ଭିସା ଦେଇ ମାଲେସିଆର ଏଜେଡ ଏକ୍ସପ୍ରେସ ନାମକ କମ୍ପାନୀରେ ପାଣି ପାଇପ ମିସ୍ତ୍ରୀ ଭାବରେ ମାସିକ ୨୫ ହଜାର ଟଙ୍କାରେ କାମ କରିବାକୁ ୨୦୧୭ ନଭେମ୍ବର ମାସରେ ପଠାଇଥିଲେ। ଏଥିପାଇଁ ସେ ୯୦ ହଜାର ଟଙ୍କା ନେଇଥିଲେ। ଅଶୋକ ମାଲେସିଆରେ ପହଞ୍ଚି କମ୍ପାନୀରେ କାମ ଆରମ୍ଭ କରିବା ବେଳକୁ ସେଠାରେ ତାକୁ ପାଣିପାଇପ କାମ ବଦଳରେ ଅନ୍ୟ କାମ ଦିଆଯାଇଥିଲା। ଦରମା ବଦଳରେ କେବଳ ଖାଇବା ଟଙ୍କା ମିଳିଥିଲା। ଅଶୋକ ଅନ୍ୟ ସାଥୀ ଶ୍ରମିକ ମାନେ ପାସପୋର୍ଟ ମାଗିବାରୁ ସେଠାକାର ଏଜେଣ୍ଟ ଧମକ ଦେଇଥିଲେ। ଏହା ମଧ୍ୟରେ ଟୁରିଷ୍ଟ ଭିସାର ୩ ମାସ ମିଆଦ ‌ସରି ଯିବାରୁ ମାଲେସିଆ ପୁଲିସ ଗତ ଅଗଷ୍ଟ ୩୧ ତାରିଖରେ ଅଶୋକ ସମେତ ଅନ୍ୟ ସାଥୀ ଶ୍ରମିକଙ୍କୁ ଗିରଫ କରି ନେଇଥିଲେ।

ସମ୍ବନ୍ଧିତ ଖବର