କୋଇଲା ଟ୍ରେନରେ ପୁଣି ନିଆଁ

ଧର୍ମଶାଳା : ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ହରିଦାସପୁର ରେଳ ଷ୍ଟେସନ ନିକଟରେ ଆଜି ଅପରାହ୍ଣରେ ପୁଣି ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ତରେ ଗୋଟିଏ ବଗିରେ ଥିବା କୋଇଲା ଜଳି ଯାଇଥିଲା। ଚଣ୍ତିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ବାଲେଶ୍ବର ଯାଉଥିବା ଉକ୍ତ ମାଲବାହୀ ଟ୍ରେନ୍ ଲାଇନ୍ କ୍ଲିୟର ପାଇଁ ହରିଦାସପୁର ଷ୍ଟେସନ ନିକଟରେ ଅଟକିଥିଲା। ଏହି ସମୟରେ ଟ୍ରେନ୍ ୱାଗନରୁ ଧୂଆଁ ବାହାରୁଥିବା ଦେଖି ନିକଟରେ ଥିବା ଲୋକେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ଖରାବେଳ ସମୟରେ ଅଧିକ ଉତ୍ତାପ ହେଉଥିବାରୁ କୋଇଲା ବଗିରେ ବାରମ୍ବାର ନିଆଁ ଲାଗିଯାଉଥିବା ଅଗ୍ନିଶମ ବାହିନୀ କର୍ମଚାରୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଗତ ୨୬ ତାରିଖରେ ମଧ୍ୟ ଖୋର୍ଦ୍ଧାରୁ ଭଦ୍ରକ ଯାଉଥିବା ଅନ୍ୟ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା।

ସମ୍ବନ୍ଧିତ ଖବର