ଅଗ୍ନିଶମ ଆଇଜି ଦାୟିତ୍ବ ନେଲେ ଅସିତ ପାଣିଗ୍ରାହୀ

କଟକ : ଅଗ୍ନିଶମ ଓ ହୋମଗାର୍ଡ ଆଇଜି ଭାବେ ବରିଷ୍ଠ ଆଇପିଏସ୍‌ ଅଫିସର ଅସିତ ପାଣିଗ୍ରାହୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେହି ପଦବିରେ କାର୍ଯ୍ୟ କରୁଥିବା ରାଜେଶ କୁମାରଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଥିଲେ। ଶ୍ରୀ କୁମାର ଏସ୍‌ସିଆର‌୍‌ବିର ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି। ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଶ୍ରୀ ପାଣିଗ୍ରାହୀ ପୁଲିସ ବିଭାଗର ବିଭିନ୍ନ ପଦ ପଦବିରେ ସଫଳତାର ସହିତ ଦାୟିତ୍ବ ତୁଲାଇଥିଲେ। ଆଜି ଶ୍ରୀ ପାଣିଗ୍ରାହୀ ଦାୟିତ୍ବ ଗ୍ରହଣ କରିବା ଅବସରରେ ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର