ଭୁବନେଶ୍ୱରରେ ଗୁଳିକାଣ୍ଡ: ଜେଲ୍ ଫେରନ୍ତାଙ୍କ ଉପରକୁ ଗୁଳି ଚଳାଇଲେ ୩ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାର ଖବର ମିଳିଛି| କିଛି ଦିନ ତଳେ ଜେଲରୁ ଜାମିନରେ ମୁକୁଳିଥିବା ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳିମାଡ଼ ହୋଇଛି| ଗୋଟିଏ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ସଞ୍ଜୟଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ| ତେବେ ସଞ୍ଜୟ ଦୌଡ଼ି ଦୌଡ଼ି ଏକ ଘରେ ପଶି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି|

ଦୁର୍ବୃତ୍ତମାନେ ଫେରାର ହୋଇଥିବା ବେଳେ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିଛି| ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହରେ ତଦନ୍ତ ଜାରି ରଖିଛି ପୁଲିସ| ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 

ସମ୍ବନ୍ଧିତ ଖବର