୫ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ମୋଟ୍‌ ୫ ଜଣ ଅଫିସର୍‌ଙ୍କ ବଦଳି ହୋଇଛି। ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ବୀରସେନ୍ ପ୍ରଧାନଙ୍କୁ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶୁଭାଶିଷ ମାନସିଂହଙ୍କୁ କଟକର ସର୍ଭେ ଆଣ୍ଡ୍‌ ମ୍ୟାପ୍ ପବ୍ଲିକସେନ୍‌ର ଯୁଗ୍ମ ନିର୍ଦ୍ଦେଶକ, ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ବିବେକାନନ୍ଦ ସାହୁଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅତରିକ୍ତ ସଚିବ, ମୟୂରଭଞ୍ଜ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସଙ୍ଗୀତା ‌ବେହେରାଙ୍କୁ କଟକ ଏମ୍‌ସିଆଇଆଇପିର ସ୍ବତନ୍ତ୍ର ଏଲ୍‌ଏଓ ଏବଂ କେନ୍ଦ୍ରାଞ୍ଚଳର ଆର୍‌ଡିସିଙ୍କ ଅତିରିକ୍ତ ସଚିବ ରୁଦ୍ର ନାରାୟଣ ମହାନ୍ତିଙ୍କୁ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର