ପୁରୀରେ ଜଗନ୍ନାଥଙ୍କ ଦର୍ଶନସାରି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଲେ ପଶ୍ଚିମବଙ୍ଗର ଏକ ପରିବାର

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏକ କାର୍‌କୁ ଆଳୁ ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଡ୍ରାଇଭର ଓ ଅନ୍ୟମାନେ ଗୋଟିଏ ପରିବାର ସଦସ୍ୟ ରହିଛନ୍ତି । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେମାନେ ସମସ୍ତେ ପଶ୍ଚିମବଙ୍ଗର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି । ସେମାନେ ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ । ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ । ପୁରୀରୁ ଫେରୁଥିବାବେଳେ ଆଜି ଭୋର୍‌ ପ୍ରାୟ ୪ଟାବେଳେ ଭଦ୍ରକ ୧୬ନଂ ଜାତୀୟ ରାଜପଥରେ ଏକ ଆଳୁ ବୋଝେଇ ଟ୍ରକ୍‌ କାର୍‌କୁ ଧକ୍କା ଦେଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ହୋଇପଡ଼ିଥିଲେ ।

image-news first

ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ପରେ ସେହି ରାସ୍ତା ପ୍ରାୟ ତିନି ଘଣ୍ଟା ଯାଏ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଶତାଧିକ ଗାଡ଼ି ଜାତୀୟ ରାଜପଥ ଉପରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା । ଭଣ୍ଡାରିପୋଖରୀ ପୁଲିସ ଦୁର୍ଘଟଣାକାରୀ ଟ୍ରକ୍‌କୁ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର