ନିଷ୍କାସନ ହୋଇପାରୁନି ବର୍ଷା ପାଣି : କଟକ-ପାରାଦୀପ ରାସ୍ତା ପାଞ୍ଚ ଘଣ୍ଟା ଅବରୋଧ

ପାରାଦୀପ : ବର୍ଷାଜଳ ନିଷ୍କାସନ ପାଇଁ ଆଜି କଟକ-ପାରାଦୀପ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ୭ଟି ପଞ୍ଚାୟତର ବାସିନ୍ଦା। କଟକ-ପାରାଦୀପ ରାସ୍ତାର ଚକ୍ରଧରପୁର ଛକ ନିକଟ ମୁଖ୍ୟ ରାସ୍ତା ଉପରେ ବସିରହିି ଶତାଧିକ ଲୋକ ଜୋରଦାର ପ୍ରତିବାଦ କରିଛନ୍ତି। ଫଳରେ କଟକ-ପାରାଦୀପ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି। ଦିନ ୧୦ଟାରୁ ଆରମ୍ଭ ହୋଇ ଆନ୍ଦୋଳନ ଅପରାହ୍ନ ୨ଟା ଯାଏ ଚାଲିଥିଲା। ଦୀର୍ଘ ସମୟ ରାସ୍ତା ଅବରୋଧ ରହିବା ଫଳରେ କୁଜଙ୍ଗ ତହସିଲଦାର ଓ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ୧୫ଦିନ ଭିତରେ ଜଳ ନିଷ୍କାସନ ସମାସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ପାରାଦୀପଗଡ, ଭୂତମୁଣ୍ଡାଇ, କୋଠି, ବଗଦିଆ, ବିଶ୍ୱାଳୀ, ନୂଆଗଡ ଓ ଗଣ୍ଡିକିପୁରୁ ପଞ୍ଚାୟତର ଲୋକମାନେ ଆଜି ଜଳ ନିଷ୍କାସନ ଦାବିରେ ରାସ୍ତାକୁ ଓହ୍ଲାଇଥିଲେ।

ସମ୍ବନ୍ଧିତ ଖବର