ରାଜଧାନୀରେ ଧରା ପଡିଲା ବାଘ: କୁକୁଡା ଖାଇବାକୁ ଯାଇ ଯନ୍ତାରେ ପଡିଲା କଳରାପତରିଆ, ଦେଖନ୍ତୁ ଭିଡିଓ…

ଭୁବନେଶ୍ବର: ଗତ ଦୁଇ ଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିବା କଳରାପତରିଆ ବାଘ ଶେଷରେ ବନ ବିଭାଗ ବିଛାଇ ଥିବା ଯନ୍ତାରେ ପଡିଛି । ବାଘକୁ ଧରିବା ପାଇଁ ବନବିଭାଗ ୭ଟି ଯନ୍ତା ପକାଇଥିଲା ଓ ସେଥିରେ କୁକୁଡା ଓ ଛେଳି ମାଂସ ରଖିଥିଲା । କୁକୁଡା ମାଂସ ଖାଇବାକୁ ଯାଇ ଯନ୍ତାରେ ପଡିଲା କଳରାପତରିଆ ବାଘ ।

ସୂଚନା ଅନୁସାରେ ବନ ବିଭାଗର ତିନୋଟି ଟିମ୍‌ ରାତି ତମାମ୍‌ ବାଘ ଧରିବା ପାଇଁ ଅପରେସନ୍‌ ଚଳାଇଥିଲେ, ‌ଶେଷରେ ରାତି ପ୍ରାୟ ୩ଟା ୨୮ ମିନିଟରେ ବିମାନବନ୍ଦର କାର୍ଗୋ ଗେଟ୍ ପାଖରୁ ବାଘ ଧରାପଡିଥିଲା । ଶେଷ ସୂଚନା ଅନୁସ‌ାରେ ବାଘକୁ ନେବା ପାଇଁ ନନ୍ଦନକାନନ କର୍ମଚାରୀ ମାନେ ବିମାନ ବନ୍ଦରକୁ ଆସୁଛନ୍ତି ।

କୁକୁଡା ଖାଇବାକୁ ଯାଇ ଯନ୍ତାରେ ପଡିଲା କଳରାପତରିଆ ବାଘ

Posted by Surya Jena on Tuesday, February 19, 2019

ସୂଚନାଯୋଗ୍ୟ, ରବିବାର ଏୟାରପୋର୍ଟ ପାଚେରୀ ଡେଇଁ ଗୋଟିଏ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପଶି ଆସିଥିବା ଖବର ମିଳିଥିଲା। ଏହାପରେ ବାଘଟି ରାସ୍ତା ଅତିକ୍ରମ କରି ଈ-୭/୧ ପ୍ଲଟ୍‌ ପରିସରରେ ଥିବା ଏକ ବେସରକାରୀ ଅଫିସ୍‌ ଦୁଆର ମୁହଁରେ ବସିଥିଲା। କିଛି ସମୟ ପରେ ବାଘଟି ଛାତ ଉପର ଦେଇ ଚମ୍ପଟ ମାରିଥିଲା। ଏହି ଘରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପଳାସପଲ୍ଲୀର ସ୍ଥାନୀୟ ଲୋକ ମାନେ ଭୟଭୀତ ଥିଲେ ।

ସମ୍ବନ୍ଧିତ ଖବର