ଭିଜିଲାନ୍ସ ହାବୁଡ଼ରେ ଫରେଷ୍ଟର

ବରଗଡ଼/ପଦ୍ମପୁର/ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ଫରେଷ୍ଟ ସେକ୍ସନର ଫରେଷ୍ଟର ସୁଶାନ୍ତ ଦାଶ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଭିଜିଲାନ୍ସ ବିଭାଗର ଦୁଇଟି ଟିମ୍‌ ପୃଥକ୍ ପୃଥକ୍‌ ଭାବେ ଶ୍ରୀ ଦାଶଙ୍କ ପଦ୍ମପୁର ଶାନ୍ତିନଗର ମାଷ୍ଟରକଲୋନିସ୍ଥିତ ବାସଗୃହ ଏବଂ ଝାରବନ୍ଧସ୍ଥିତ କାର୍ଯ୍ୟାଳୟରେ ଚଢ଼ଉ କରିଛି। ଶେଷ ଖବର ଅନୁସାରେ, ଭିଜିଲାନ୍ସ ବିଭାଗ ନଗଦ ୫୪ହଜାର ୮୧୦ ଟଙ୍କା, ବିଭିନ୍ନ ଆକାଉଣ୍ଟରେ ୧୨,୫୩,୦୦୦ ଟଙ୍କା, ୫୦,୨୧,୬୦୪ ମୂଲ୍ୟର କୋଠା ଘର, ୨,୪୮,୦୦୦ ଟଙ୍କାର ପ୍ଲଟ, ୧,୫୯,୬୦୦ ଟଙ୍କାର ଗହଣା, ବଲେରୋ ଗାଡ଼ି, ଗୋଟିଏ ବାଇକ୍‌, ସ୍କୁଟି, ୮ଲକ୍ଷ ୭୬ ହଜାର ଟଙ୍କାର ଏଲ୍ଆଇସି ବୀମା ପଲିସି ଆକଳନ କରିଛି। ଭିଜିଲାନ୍ସ ବିଭାଗର ୨ଜଣ ଡିଏସ୍‌ପି, ୩ଜଣ ଇନ୍‌ସପେକ୍ଟରଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା।

ସମ୍ବନ୍ଧିତ ଖବର