ଭୁବନେଶ୍ୱର ଏମ୍‌ସର ୪ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ କାର୍ଯ୍ୟରତ ୪ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମ୍‌ସ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ସିନିଅର ଓ ଜଣେ ଜୁନିଅର ରେସିଡେଣ୍ଟ ଡାକ୍ତର ଅଛନ୍ତି।

ଏମ୍‌ସ ଜନସଂପର୍କ ଅଧିକାରୀଙ୍କ ସୂଚନା ଅନୁସାରେ ଡର୍ମାଟୋଲୋଜି ବିଭାଗର ଜଣେ ଡାକ୍ତର, ଫାର୍ମାକୋଲୋଜି ବିଭାଗର ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ପାଥୋଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତେ‌ବେ ଏହି ଡାକ୍ତରମାନେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେ ନେଇ କୌଣସି ସୂଚନା ଆସିନାହିଁ।

ଗତ ୪ ତାରିଖରେ ଭୁବନେଶ୍ବର ଏମସ୍ ଜଣେ ଜୁନିଅର ଡାକ୍ତର କେରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହି ଜୁନିଅର ଡାକ୍ତର ଜଣକ ହସ୍ପିଟାଲର କୋଭିଡ୍ ଆଇସୋଲେସନ୍ ୱାର୍ଡରେ ଡ୍ୟୁଟି କରିଥିଲେ। ତାଙ୍କଠାରେ ଆଦୌ କରୋନା ଆକ୍ରାନ୍ତ ହେବାର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ସେ କୌଣସି ଆକ୍ର‌ାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଇଥିଲା।

 

ସମ୍ବନ୍ଧିତ ଖବର