ଟିଭି ଚ୍ୟାନେଲ୍ ବିରୋଧରେ ଠକେଇ ଅଭିଯୋଗ

କଟକ : ବଡ଼ ଖବର ଟିଭି ଚ୍ୟାନେଲ୍ ବିରୋଧରେ ମାଲଗୋଦାମ ଥାନାରେ ଠକେଇ ଅଭିଯୋଗ ହୋଇଛି। କଲେଜ ଛକରେ ଥିବା ବଡ଼ ଖବର ଅଫିସ ଘର ଭଡ଼ା ଓ ଖାଇବା ବାବଦ ୬୯ ହଜାର ୨୪୯ ଟଙ୍କା ବାକି ଥିବାବେଳେ ତାହା ପୈଠ କରୁ ନଥିବା ସଂକ୍ରାନ୍ତରେ ଘର ମାଲିକ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

କଲେଜ ଛକରେ ଯେଉଁ ଭଡ଼ା ଘରେ ବଡ଼ ଖବର ଚ୍ୟାନେଲ ଅଫିସ ଖୋଲିଥିଲା, ଉକ୍ତ ଘରର ଭଡ଼ା ଗଲା ୭ ମାସ ହେବ ଦିଆଯାଇ ନଥିବା ସଂକ୍ରାନ୍ତରେ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ଘର ମାଲିକ ସତ୍ୟନାରାୟଣ ପ୍ରସାଦ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏକ ବର୍ଷ ପାଇଁ ଘର ଚୁକ୍ତି ହୋଇଥିବା ବେଳେ ଗଲା ଦୁଇ ମାସ ହେବ ଚୁକ୍ତି ଶେଷ ହୋଇଯାଇଛି। କିନ୍ତୁ, ସେମାନେ ଘର ଖାଲି କରୁ ନଥିବା ଏତଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର