ହରିଶ୍ଚନ୍ଦ୍ର ଯୋଜନା ହରିଲୁଟ୍‌: ପିଇଓ ନିଲମ୍ବିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ହୋଇଥିବା ଅନିୟମିତତା ମାମଲାରେ ପଞ୍ଚାୟତର ପୂର୍ବତନ ପିଇଓ ନରହରି ନାୟକ ୬ ତାରିଖରୁ ଗିରଫ ହୋଇଥିଲେ। ଗତକାଲି ତାଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ଗିରଫ ସମ୍ପର୍କିତ ରିପୋର୍ଟ ହାଟଡିହି ବିଡିଓଙ୍କ ପାଖରୁ ପାଇବା ପରେ ଜିଲ୍ଲାପାଳ ନି‌ଲମ୍ବନ ଆଦେଶ ‌ଦେଇଛନ୍ତି।

ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ‌ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଏନେଇ ଅକ୍ଟୋବର ୩୧ରେ ହାଟଡିହି ବିଡିଓ ବିନୀତା ବିଜୟିନୀ ଏନେଇ ସୋସୋ ଥାନାରେ ପୂର୍ବତନ ପିଇଓ ନରହରି ନାୟକ, ଜିଆର୍‌ଏସ୍‌ ପୂର୍ଣ୍ଣେନ୍ଦୁ ଥାଟୋଇ ଏବଂ ପୂର୍ବତନ ସରପଞ୍ଚ ପ୍ରତିଭା ନାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ସୋସା ଥାନାରେ କେସ୍‌ ନମ୍ବର ୧୭୮/୨୦୨୨ ଦଫା ୪୬୭, ୪୬୮, ୪୭୧, ୪୦୯, ୪୨୦, ୩୪ରେ ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପୂର୍ବତନ ପିଇଓ ନରହରି ନାୟକ ଏବଂ ଜିଆର୍‌ଏସ୍‌ ପୂର୍ଣ୍ଣେନ୍ଦୁ ଥାଟୋଇ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁଲିସ ଗତ ୬ ତାରିଖରେ ଶ୍ରୀ ନାୟକଙ୍କୁ ଗିରଫ କରିଥିବା ବେଳେ ଜିଆର୍‌ଏସ୍‌ ପୂର୍ଣ୍ଣେନ୍ଦୁ ଥାଟୋଇ ଆଗୁଆ ଜାମିନ ପାଇଥିଲେ। ପୂର୍ବତନ ପିଇଓ ଶ୍ରୀ ନାୟକଙ୍କ ଗିରଫ ସମ୍ପର୍କିତ ରିପୋର୍ଟ ବିଡିଓ ଦାଖଲ କରିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର