ରାତ୍ର ଆଶ୍ରୟସ୍ଥଳରେ ଦେବାକୁ ପଡ଼ିବ ନାହିଁ ଟଙ୍କା, ଉପକୃତ ହେବେ ହଜାର ହଜାର ନିରାଶ୍ରୟ ବ୍ୟକ୍ତି

କଟକ: ରାତ୍ର ଆଶ୍ରୟସ୍ଥଳରେ ରହିବା ପାଇଁ ଏଣିକି ନିରାଶ୍ରୟ ଲୋକଙ୍କୁ ଆଉ ଟଙ୍କା ଦେବାକୁ ପଡ଼ିବ ନାହିଁ। ନିରାଶ୍ରୟ ଲୋକେ ରାତ୍ର ଆଶ୍ରୟସ୍ଥଳରେ ମାଗଣାରେ ରହିପାରିବେ। ଏଥି ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଶ୍ରୟ ଚାହୁଁଥିବା ଲୋକଙ୍କୁ ପରିଚୟପତ୍ର ମଗାଯିବ ନାହିଁ। ରାଜ୍ୟ ମାନବାଧିକାର କମିସନଙ୍କୁ ସିଏମ୍‌ସି ଡେପୁଟୀ କମିସନର ଜଣାଇଛନ୍ତି। ପୂର୍ବରୁ କମିସନ ଏ ସଂପର୍କରେ ତୁରନ୍ତ ବ୍ୟବସ୍ଥା କରିବାକୁ ଆଦେଶ ଦେଇଥିଲେ।

ସୂଚନାଯୋଗ୍ୟ ପୂର୍ବ ନିୟମ ଅନୁସାରେ ନିରାଶ୍ରୟ ଲୋକଙ୍କୁ ରାତ୍ର ଆଶ୍ରୟସ୍ଥଳରେ ରାତ୍ରିଯାପନ କରିବାକୁ ହେଲେ ପରିଚୟ ପତ୍ର ଦେବାକୁ ପଡୁଥିଲା। ଏହା ଦ୍ୱାରା କିଛି ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଥିଲା। କାରଣ ନିରାଶ୍ରୟମାନଙ୍କ ମଧ୍ୟରୁ ଅନେକ ପରିସ୍ଥିତିରେ ପଡ଼ି ଅଥବା ଆଉ କେଉଁ କାରଣରୁ ନିଜ ଘର ଛାଡିଥାନ୍ତି। ତେଣୁ ତାଙ୍କ ନିକଟରେ ପରିଚୟ ପତ୍ର ଯଥା- ଭୋଟ କାର୍ଡ, ଆଧାରକାର୍ଡ, ଆଦି ନଥାଏ। ନୂତନ ବ୍ୟବସ୍ଥା ଅନୁଯାୟୀ ହଜାର ହଜାର ନିରାଶ୍ରୟ ରାତ୍ର ଆଶ୍ରୟସ୍ଥଳରେ ନିରାପଦରେ ରହିପାରିବେ।

ସମ୍ବନ୍ଧିତ ଖବର